ଏସିଆ କପ, ଆଜି ଭାରତ ପାକିସ୍ତାନ ମୁକାବିଲା

0

ଓଡ଼ିଆ ନ୍ୟୁଜ୍: ଆଜି ଭାରତ ଓ ପାକିସ୍ତାନ୍ ମଧ୍ୟରେ ମହା ମୁକାବିଲା।ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ହେବ ସୁପର୍ ସଣ୍ଡେର ସୁପର୍ ମୁକାବିଲା।ଆଜି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ପୁଣି ହେବେ ମୁହାଁମୁହିଁ।ପ୍ରତିଶୋଧ ନେବାକୁ ପଡ଼ିଆକୁ ଓହ୍ଲାଇବ ପାକିସ୍ତାନ ଦଳ। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ପୁଣି ଥରେ ମୁହାଁମୁହିଁ ହେବେ। ସୁପର-୪ ଲଢ଼େଇରେ ରବିବାର ପରସ୍ପରକୁ ଭେଟିବେ।

ସୁପର ସଣ୍ଡେର ଏହି ସୁପର ମୁକାବିଲା ଲିଗ୍ ଲଢ଼େଇର ପୁନରାବୃତ୍ତି ହେବ ବୋଲି ଆଶା କରାଯାଉଛି। ପାକିସ୍ତାନ ପ୍ରତିଶୋଧ ନେବାକୁ ଏବଂ ଭାରତ ତା’ର ଦବ୍‌ଦବାକୁ କାଏମ ରଖିବାକୁ ମଇଦାନକୁ ଓହ୍ଲାଇବ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍ ମଧ୍ୟ ଆଉ ଏକ ମହାମୁକାବିଲା ପାଇଁ ପୂରା ପ୍ରସ୍ତୁତ ରହିଛି। ପୁଣି ଚର୍ଚ୍ଚିତ କରମର୍ଦ୍ଦନ ବିବାଦ ପରେ ଉଭୟ ଦଳ ନିଜ ନିଜ କମାଲ ଦେଖାଇବାକୁ ବ୍ୟଗ୍ର ଥିଲା ବେଳେ ସାରା ବିଶ୍ବର ନଜର ମଧ୍ୟ ରବିବାରର ଏଇ ହାଇଭୋଲ୍‌ଟେଜ୍ ମ୍ୟାଚ୍‌ ଉପରେ ରହିଛି।

ଲିଗ୍ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତ ସହଜରେ ପାକିସ୍ତାନକୁ ଧରାଶାୟୀ କରିଥିଲା। ସୁପର-୪ରେ କିନ୍ତୁ ଟିମ୍ ଇଣ୍ଡିଆକୁ ପାକିସ୍ତାନ କଡ଼ା ଟକ୍କର ହେବ ବୋଲି ଏହି ଦେଶର ପ୍ରଶଂସକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ସଫଳ ବାହିନୀ କିନ୍ତୁ ପୂର୍ବ ମ୍ୟାଚ୍‌ ଭଳି ଏହି ମ୍ୟାଚ୍‌କୁ ମଧ୍ୟ ଅନାୟାସରେ ଜିତିବ ବୋଲି ଭାରତୀୟ ପ୍ରଶଂସକ ଦାବି କରିଛନ୍ତି। ଏସିଆ କପ୍ ସଫଳତା, ଦଳୀୟ ସନ୍ତୁଳନ ଓ ପୂର୍ବ ପରିସଂଖ୍ୟାନ ଦୃଷ୍ଟିରୁ ଏହି ମ୍ୟାଚ୍‌ରେ ମଧ୍ୟ ଭାରତର ପଲା ଭାରି ରହିବ, ଏଥିରେ ଦ୍ବିମତ ନାହିଁ।

ଲିଗ୍ ପର୍ଯ୍ୟାୟ ମ୍ୟାଚ୍‌କୁ ଭାରତ ୭ ୱିକେଟ୍‌ରେ ଜିତିବା ପରେ ଭାରତୀୟ ଖେଳାଳିମାନେ ସେମାନଙ୍କ ପାକିସ୍ତାନୀ ପ୍ରତିପକ୍ଷଙ୍କ ସହ ହାତମିଳାଇବାକୁ ମନା କରି ଦେଇଥିଲେ। ମ୍ୟାଚ୍ ପର ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଅଧିନାୟକ ସୂର୍ଯ୍ୟକୁମାର ଅପରେସନ୍ ସିନ୍ଦୁର କଥା ଉଠାଇ ପାକିସ୍ତାନକୁ ଲଜ୍ଜିତ କରିଥିଲେ। ଅନ୍ୟ କିଛି ଉପାୟ ନପାଇ ପାକିସ୍ତାନ, ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ପୂରା ପ୍ରତିଯୋଗିତାରୁ ବାଦ୍ ଦେବା ଜିଦ୍‌ରେ ଅଟଳ ରହିଥିଲା।

Leave A Reply

Your email address will not be published.