ଫଟୋ ପାଇଁ ପୋଜ ଦେଲେ ଭାରତ-ପାକିସ୍ତାନ ବୈଦେଶିକ ମନ୍ତ୍ରୀ

0

ନୂଆଦିଲ୍ଲୀ : ଭାରତରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲୱାଲା ଭୁଟ୍ଟୋଙ୍କୁ ସ୍ୱାଗତ କରିଛନ୍ତି । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ୍‌ ଭୁଟ୍ଟୋ-ଜର୍ଦ୍ଦାରିଙ୍କୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ‘ସଙ୍ଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌’ (ଏସ୍‌ସିଓ) ‘କନକ୍ଲେଭକୁ ପାଛୋଟି ନେଇଛନ୍ତି । ସମ୍ମିଳନୀସ୍ଥଳରୁ ଆସିଥିବା ଭିଡିଓରେ ଦେଖାଯାଉଛି ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଯୋଡହସ୍ତରେ ପରସ୍ପରକୁ ଅଭିବାଦନ ଜଣାଇବା ପରେ ଫଟୋ ପାଇଁ ‘ପୋଜ୍‌’ ଦେଇଥିଲେ । ଏହା ପରେ ଜୟଶଙ୍କର ତାଙ୍କୁ ସମ୍ମଳନୀ ସ୍ଥଳ ଭିତରକୁ ପାଛୋଟି ନେଇଥିଲେ । ବିଲୱାଲ୍‌ ଭୁଟ୍ଟୋ-ଜର୍‌ଦାରି ହେଉଛନ୍ତି ପ୍ରାୟ ୧୨ ବର୍ଷ ପରେ ପଡୋଶୀ ଦେଶ ପାକିସ୍ତାନରୁ ଆସିଥିବା ଜଣେ ବରିଷ୍ଠ ନେତା । କିନ୍ତୁ, ଭାରତ ଓ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ଦ୍ୱିପାକ୍ଷିକ ଆଲୋଚନା ହୋଇନାହିଁ ।
ଆଜି ଗୋଆ ବିମାନ ବନ୍ଦରରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ଜେ. ପି. ସିଂହ ସ୍ୱାଗତ କରିଥିଲେ । ସେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟରେ ‘ପାକିସ୍ତାନ-ଆଫଗାନିସ୍ତାନ-ଇରାନ୍‌’ ଡିଭିଜନ୍‌ର ଦାୟିତ୍ୱରେ ଅଛନ୍ତି । ଜମ୍ମୁ ଓ କଶ୍ମୀରରେ ଇସ୍‌ଲାମାବାଦର ସୀମାପାରି ଆତଙ୍କବାଦ ଉପଯୋଗ ସମେତ ଦୁଇ ଦେଶ ମଧ୍ୟରେ ଗୁଡାଏ ସମସ୍ୟା ଥିବା ସମୟରେ ଭୁଟ୍ଟୋ ‘ଏସ୍‌ସିଓ’ କାଉନ୍‌ସିଲ୍‌ ଅଫ୍‌ ଫରେନ୍‌ ମିନିଷ୍ଟର୍ସ’ ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଗସ୍ତରେ ଆସିଛନ୍ତି ।

ଗତକାଲି ନିଜର ଚୀନ୍‌ ପ୍ରତିପକ୍ଷ କିନ ଗାଙ୍ଗ ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର । ଏହି ଅବସରରେ ସେ ପୂର୍ବ ଲଦାଖରେ ଚାଲିଥିବା ସୀମା ବିବାଦର ସମାଧାନ ଏବଂ ଦ୍ୱିପାକ୍ଷିକ ସମ୍ପର୍କର ବିକାଶ ପାଇଁ ସୀମାନ୍ତ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ସାଂଘାଇ ସହଯୋଗ ସଂଗଠନ (ଏସ୍‌ ସିଓ)ର ବୈଦେଶିକ ମନ୍ତ୍ରୀ ପରିଷଦ (ସିଏଫ୍‌ଏମ୍‌)ର ବୈଠକ ଅବସରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏ ସଂପର୍କରେ ଜୟଶଙ୍କର ଟୁଇଟ୍‌ କରି କହିଛନ୍ତି ଯେ ବିବାଦୀୟ ସମସ୍ୟାର ସମାଧାନ ଏବଂ ସୀମାନ୍ତ ଅଞ୍ଚଳରେ ଶାନ୍ତି ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏ ସଂପର୍କାକରେ ଗାଙ୍ଗଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ବିସ୍ତୃତ ଆଲୋଚନା ହୋଇଛି । ବିବାଦୀୟ ସମସ୍ୟାର ସମାଧାନ ଏବଂ ସୀମାନ୍ତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

 

Leave A Reply

Your email address will not be published.