୫୧୫ ରନର ଟାର୍ଗେଟ ଦେଲା ଭାରତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତ ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ବାଂଲାଦେଶ ସମ୍ମୁଖରେ ୫୧୫ ରନର ବିଜୟ ଲକ୍ଷ୍ୟ ରଖିଛି ।ପ୍ରଥମ ଇନିଂସ ଖେଳି ୩୭୬ ରନ୍ କରିଥିଲା ଭାରତ। ଏହାପରେ ଦ୍ୱିତୀଳ ପାଳିରେ ବାଂଲାଦେଶ ୧୪୯ ରନରେ ଅଲ ଆଉଟ୍ ହୋଇ ଯାଇଥିଲା।

ଦ୍ୱିତୀୟ ଇନିଂସରେ ଭାରତ ୪ ୱିକଟ ହରାଇ ୨୮୭ ରନ୍ କରି ପାଳି ଘୋଷଣା କରିଛି। ଫଳରେ ବାଂଲାଦେଶକୁ ପ୍ରଥମ ଟେଷ୍ଟ ଜିତିବା ୫୧୫ ରନର ବିଜୟ ଲକ୍ଷ୍ୟ ମିଳିଛି। ଭାରତ ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୨୨୭ ରନର ଲିଡ୍ (ଅଗ୍ରଣୀ) ହାସଲ କରିଥିଲା | ଗିଲ ୧୧୯ ଓ କେଏଲ ରାହୁଲ ୨୨ ରନ କରି ଅପରାଜିତ ରହିଥିଲେ ।

ବେଳେ ପନ୍ତ ୧୦୯ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଯଶସ୍ୱୀ ଜୈସୱାଲ(୧୦), ରୋହିତ ଶର୍ମା(୫) ଓ ବିରାଟ କୋହଲି ୧୭ ରନ କରି ଆଉଟ ହୋଇଥିଲେ । ମେହେନ୍ଦି ହାସନ ମିରାଜ ୨ଟି ୱିକେଟ ଅକ୍ତିଆର କରିଥିଲେ । ଏହାପରେ ବାଂଲାଦେଶ ପାଳି ଆରମ୍ଭ କରିଛି। ଖବର ଲେଖା ହେବା ସୁଦ୍ଧା ବାଂଲାଦେଶ ୬ ଓଭରରେ ୩୩ ରନ୍ କରିଥିଲା। ଜାକିର ହାସନ ଏବଂ ଶାଦମନ ଇସଲାମ ବ୍ୟାଟିଂ କରୁଥିଲେ।

Leave A Reply

Your email address will not be published.