ଆହୁରି ଶସକ୍ତ ହେବ ଭାରତୀୟ ନୌସେନା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚୀନ୍ର ଉତ୍ତେଜନା ମଧ୍ୟରେ ସେନା ଏବଂ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ତିନୋଟି ଅଧିଗ୍ରହଣ ପ୍ରସ୍ତାବ ପାଇଁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଅନୁମୋଦନ ଦେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ସମୟରେ ଭାରତୀୟ ସେନା ପାଇଁ ଦୁଇଟି ଏବଂ ଭାରତୀୟ ନୌସେନା ପାଇଁ ଦୁଇଟି ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ଏହି ତିନୋଟି ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବର ମୂଲ୍ୟ ହେଉଛି ୪,୨୭୬ କୋଟି ଟଙ୍କା ଜ୍ଝ ଏହି ପରିମାଣ ସହିତ ଶତ୍ରୁ ବିମାନକୁ ଗୁଳି କରିବା ପାଇଁ ସ୍ୱଦେଶୀ ହେଲିନା ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀର ବିକାଶ ପାଇଁ ଯୋଜନା ରହିଛି।

ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ ଏହି ତିନୋଟି ପ୍ରସ୍ତାବ ମଧ୍ୟରୁ ଦୁଇଟି ଭାରତୀୟ ସେନାର ଏବଂ ଗୋଟିଏ ଭାରତୀୟ ନୌସେନାର। ଏହି ପ୍ରସ୍ତାବଗୁଡ଼ିକ ଭାରତୀୟ- ଆଇଡିଡିଏମ ବର୍ଗରେ ଅଛି ଜ୍ଝ ହେଲିନା ଆଣ୍ଟି-ଟ୍ୟାଙ୍କ ଗାଇଡ୍ ମିସାଇଲ୍, ଲଞ୍ଚର୍ ଏବଂ ଆନୁଷଙ୍ଗିକ ସାମଗ୍ରୀ କ୍ରୟ ପାଇଁ ଊଇଉ ଇକ୍ଟଘ କୁ ଅନୁମୋଦନ କରିଛି ଜ୍ଝ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର ଏହି ଉପକରଣ ସହିତ ସଜ୍ଜିତ ହେବ ଜ୍ଝ ଶତ୍ରୁ ବିପଦକୁ ମୁକାବିଲା କରିବା ପାଇଁ ଏହି କ୍ଷେପଣାସ୍ତ୍ର ଇଖଐ ର ଅସ୍ତ୍ରଶସ୍ତ୍ରର ଏକ ଅତ୍ୟାବଶ୍ୟକ ଅଂଶ ଜ୍ଝ ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି ଯେ ଏହାର ଅନୁକରଣ ଭାରତୀୟ ସେନାର ଆକ୍ରମଣାତ୍ମକ କ୍ଷମତାକୁ ଦୃଢ କରିବ।

 

Leave A Reply

Your email address will not be published.