UK ଯାତ୍ରୀମାନଙ୍କ ପାଇଁ ଭାରତର ନୂତନ ନିୟମ, 10 ଦିନିଆ କୱାରେଣ୍ଟିନ ବାଧ୍ୟତାମୂଳକ

0

ଅକ୍ଟୋବର 4 ରୁ UK ଯାତ୍ରୀମାନଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହେବ| UK ଯାତ୍ରୀମାନଙ୍କ ପାଇଁ ନେଗେଟିଭ RT-PCR ପରୀକ୍ଷା ଏବଂ କୱାରେଣ୍ଟିନ ବାଧ୍ୟତାମୂଳକ କରାଯାଇଛି | UK ରୁ ଭାରତ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ RT-PCR ନେଗେଟିଭ ଏବଂ COVID-19 ର ନିୟମବଳୀ ଅନୁସାରେ 10 ଦିନିଆ କୱାରେଣ୍ଟିନ ବହନ କରିବାକୁ ପଡିବ | ଭାରତୀୟଙ୍କୁ UK ରେ କଠୋର ନିୟମ ଏବଂ କୋଭିଶିଲ୍ଡ ଟିକା ଗ୍ରହଣ ନକରିବା ନେଇ ଏକାଧିକ ସଂଳାପ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏଣୁ ଅକ୍ଟୋବର 4 ରୁ UK ଯାତ୍ରୀମାନଙ୍କ ପାଇଁ ଭାରତରେ ନୂତନ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହେବ ଏବଂ UK ସମସ୍ତ ଯାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ ହେବ |

ନୂତନ ଗାଇଡଲାଇନର ତାଲିକା ଏଠାରେ ଅଛି:
– ଯାତ୍ରା ପୂର୍ବରୁ 72 ଘଣ୍ଟା ମଧ୍ୟରେ COVID-19 RT-PCR ବାଧ୍ୟତାମୂଳକ ପରୀକ୍ଷା
– ବିମାନ ବନ୍ଦରରେ COVID-19 RT-PCR ପରୀକ୍ଷା
– କୱାରେଣ୍ଟିନ ର 8 ଦିନରେ COVID-19 RT-PCR ପରୀକ୍ଷା

କିଛିଦିନ ହେବ UK ଭାରତୀୟମାନଙ୍କ ପାଇଁ ତାର କୱାରେଣ୍ଟିନ ନିୟମରେ ଅନେକ ପରିବର୍ତ୍ତନ ଆଣିଛି | କେହି ଭାରତୀୟ UK ଭ୍ରମଣ କରିଲେ ତାକୁ 10 ଦିନ ପର୍ଯନ୍ତ କୱାରେଣ୍ଟିନ ରେ ରହିବାକୁ ଆବଶ୍ୟକ ପଡିବ | ତେଣୁ ଭାରତ ଆଜିଠାରୁ UK ଯାତ୍ରୀମାନଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିଛି |

 

Leave A Reply

Your email address will not be published.