ପଶୁ ପରି ଅବସ୍ଥା ଭୋଗିଲୁଣି, ଦୟା କରି ଭାରତ ପଠାଇବାର ବ୍ୟବସ୍ଥା କରି ଦିଅନ୍ତୁ…

0

ଇରାନ୍ ରେ ଫସିରହିଥିବା ୫ଜଣ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତ ଫେରାଇ ନେବାକୁ ଗୁହାରି କରିଛନ୍ତି । ଏହି ଭାରତୀୟ ନାବିକ ଏକ ଭିଡିଓ ମାଧ୍ୟମରେ ଗୁହାରି କରି ସେମାନଙ୍କୁ ଭାରତ ଫେରାଇ ନେବାକୁ ଅପିଲ ୍ କରିଛନ୍ତି । ଏହି ୫ ଭାରତୀୟଙ୍କ କହିବା କଥା ଯେ, ମିଛ ଅଭିଯୋଗରେ ଫସାଇ ଏମାନଙ୍କୁ ୪୦୦ ଦିନ ଜେଲ୍ ରେ ରଖାଗଲା । ଏମିତିକି ଜେଲ୍ ରୁ ମୁକୁଳିବା ପରେ ବି ସେମାନଙ୍କୁ ସେମାନଙ୍କ ପାସପୋର୍ଟ ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଫେରାଗଲା ନାହିଁ । ସେମାନେ ଇରାନରେ ଜୀବନ ପ୍ରତି ବିପଦ ଥିବା ମଧ୍ୟ ଦର୍ଶାଇଛନ୍ତି ।

ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ମୁମ୍ବାଇର ଅଙ୍କିତ୍ ୟେନପୁରେ(୨୮), ଏମ୍ ବର୍ଲିକର୍(୨୬), ପାଟନାର ପ୍ରଣବ ତିୱାରୀ(୨୧), ଦିଲ୍ଲୀର ନବୀନ ସିଂହ ଏବଂ ଚେନ୍ନାଇର ତମୀହ ସେଲ୍ୱନ୍(୩୧) ନେଭୀ ପଢ଼ିବା ପାଇଁ ୨୦୧୯ରେ ଇରାନ୍ ଯାଇଥିଲେ । ଫେବୃଆରୀ ୨୦୨୦ରେ ଯେତେବେଳେ ସେମାନେ ଓମାନରୁ ଜାହାଜ ଦ୍ୱାରା ବାହାରିଥିଲେ ସେତେବେଳେ ସେମାନେ ସମୁଦ୍ର ଡ୍ରଗ୍ସ କାରବାରରେ ଫସିଗଲେ । ସେମାନଙ୍କୁ ଗିରଫ କରାଗଲା । ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ସମସ୍ତଙ୍କୁ ୧୮ ମାସ ପୂର୍ବରୁ ମୁକ୍ତ କରାଗଲା। ହେଲେ ସେମାନଙ୍କ ପାସପୋର୍ଟ ଏବଂ ଜରୁରୀ ଦସ୍ତାବିଜ୍ ଜବତ କରିନିଆଯାଇଥିଲା ।

ଅଙ୍କିତ ଭିଡିଓ ବାର୍ତ୍ତାରେ କହିଛନ୍ତି, ‘ଦେଶକୁ ଫେରିବା ପାଇଁ ଆମେ ଏହି ଭିଡିଓ ପ୍ରସ୍ତୁତ କରୁଛୁ। ଏହି ଭିଡିଓ ଇରାନର ଚାବାହରରୁ ପ୍ରସ୍ତୁତ ହେଉଛି ଯେଉଁଠାରେ ଭାରତ ୨୦୦ ମିଲିୟନ ଡଲାର ବନ୍ଦର ପ୍ରକଳ୍ପ କରିଥିଲା। ଆମେ ଗତ ୪୦୦ ଦିନ ହେବ ଏଠାରେ ଫସି ରହିଛୁ । ଆମେ ଏକ ମିଥ୍ୟା ମାମଲାରେ ଜଡିତ ଥିଲୁ । ଆମର ଏଜେଣ୍ଟ ହେତୁ, ଆମେ ଏହି ମିଥ୍ୟା ମାମଲାରେ ଫସିଯାଇଛୁ । ନିର୍ଦ୍ଦୋଷ ଥିବା ସତ୍ତେ୍ୱ ଆମେ ୪୦୦ ଦିନ କାରାଗାରରେ ରହିଥିଲୁ। ଆମେ ୯ ମାର୍ଚ୍ଚ ୨୦୨୧ ରେ ମୁକ୍ତ ହୋଇଥିଲୁ । ଆମେ କୌଣସି ଦୁର୍ନୀତିଗ୍ରସ୍ତ ନାହୁଁ କି ଖରାପ କାମ କରିନାହୁଁ” ।

ଅଙ୍କିତ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କରି କହିଛନ୍ତି ଯେ, “ମୁକ୍ତ ହେବା ପରେ ମଧ୍ୟ ଇରାନ କର୍ତ୍ତୃପକ୍ଷ ଆମକୁ ପାସପୋର୍ଟ ଦେଇ ନାହାଁନ୍ତି କି ଆମର ଜରୁରୀ ଦସ୍ତାବିଜ ମଧ୍ୟ ଦେଇ ନାହାଁନ୍ତି। ଆମ୍ଭେମାନେ ପଶୁ ପରି ପଡ଼ିରହିଛୁ । ଆମ ପାଖରେ ଟଙ୍କା ମଧ୍ୟ ନାହିଁ । ଆମ ସହିତ ଏଠାରେ କିଛି ବି ହୋଇପାରେ” । ଏହି ଭିଡିଓ ମାଧ୍ୟମରେ ସେ ହାତ ଯୋଡ଼ି ପ୍ରାର୍ଥନା କରିଛନ୍ତି । ଖାଲି ଏମାନେ ନୁହନ୍ତି ବରଂ ସେମାନଙ୍କ ପରିବାର ଲୋକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଏନେଇ ଚିଠି ଲେଖିଛନ୍ତି । କିନ୍ତୁ ଚିଠିର କୌଣସି ଉତ୍ତର ମିଳିପାରିନାହିଁ ।

Leave A Reply

Your email address will not be published.