ଆଇପିଏଲ ମହାସମର : ରାଜସ୍ଥାନକୁ ମାତ ଦେଲା ଲକ୍ଷ୍ନୌ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଚାଲିଛି ଆଇପିଏଲ ମହାସମର। କ୍ରମାଗତ ତିନୋଟି ବିଜୟ ପରେ ପରାଜୟର ସ୍ଵାଦ ଚାଖିଛି ରାଜସ୍ଥାନ ରୟାଲ୍ସ। ଗତ କାଲିର ମ୍ୟାଚରେ ସିମରନ ହେଟମାୟରଙ୍କ ବ୍ୟାଟ୍ ଚାଲୁଥିବାରୁ ରାଜସ୍ଥାନ ବିଜୟଲାଭ କରିଛି। କିନ୍ତୁ ଆଇପିଏଲର ୨୩ ତମ ମ୍ୟାଚ୍‌ରେ ହେଟମାୟର ବିଫଳ ହେବାରୁ କ୍ରମାଗତ ତିନୋଟି ବିଜୟ ପରେ ପରାଜୟର ସ୍ଵାଦ ଚାଖିଛି ରାଜସ୍ଥାନ ରୟାଲ୍ସ। ବୋଲରଙ୍କ ମାପଚୁପ ବୋଲିଂ ବଳରେ ଲକ୍ଷ୍ନୌ ୧୦ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି।

ଏଥିସହ ଲକ୍ଷ୍ନୌ ଷଷ୍ଠ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ହାସଲ କରିଥିବା ବେଳ ସମାନ ମ୍ୟାଚ୍‌ରେ ରାଜସ୍ଥାନ ଦ୍ଵିତୀୟ ପରାଜୟ ଭୋଗିଛି। ତେବେ ଉନ୍ନତ ରନ ରେଟ୍ ଆଧାରରେ ରାଜସ୍ଥାନ ଶୀର୍ଷରେ ରହିଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୫ ଓ୍ଵିକେଟ୍ ହରାଇ ୧୫୪ ରନ କରିଥିଲା।

କାଇଲ୍ ମେୟର୍ସ ୫୧ ରନର ପାଳି ଖେଳିଥିବା ବେଳେ ଅଧିନାୟକ କେଏଲ୍ ରାହୁଲ ୩୯ ରନ କରିଛନ୍ତି। ନିକୋଲାସ୍ ପୂରନ ୨୮ ରନ କରିଥିଲେ। ଜବାବରେ ରାଜସ୍ଥାନ ରୟାଲ୍ସ ୬ ଓ୍ଵିକେଟ୍‌ ବିନିମୟରେ ୧୪୪ ରନ କରିବାରେ ସୀମିତ ରହିଥିଲା। ଅଭେଷ ଖାନ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ମାର୍କସ ଷ୍ଟୋଇନିସ୍ ୨ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୧୫୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ରୟାଲ୍ସ ଦମଦାର ଆରମ୍ଭ କରିଥିଲା। ଓପନର ଯଶସ୍ଵୀ ଜୟସଓ୍ଵାଲ୍ ଏବଂ ଜୋସ୍ ବଟଲର ଦମଦାର ବ୍ୟାଟିଂ କରି ପ୍ରଥମ ଓ୍ଵିକେଟ୍ ପାଇଁ ୮୭ ରନ ଯୋଡି ବିଜୟ ମାର୍ଗ ପ୍ରଶସ୍ତ କରିଥିଲେ। ଜୟସଓ୍ଵାଲ୍ ୩୫ ବଲ୍‌ରୁ ୪ ଚୌକା ଏବଂ ୨ ଛକା ସହ ୪୪ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ରାଜସ୍ଥାନ ଲଗାତାର ୪ ଓ୍ଵିକେଟ୍ ହରାଇଥିଲା। ଅଧିନାୟକ ସଞ୍ଜୁ ସାମସନ(୨) ନିରାଶ କରିଥିଲେ। ବଟଲର ୪୧ ବଲ୍‌ରୁ ୪୦ ରନ କରି ଆଉଟ୍ ହୋଇଥିଲେ। ଫର୍ମରେ ଥିବା ସିମରନ ହେଟମାୟର(୨) ଆଉଟ୍ ହେବା ରାଜସ୍ଥାନକୁ ଶକ୍ତ ଝଟକା ଲାଗିଥିଲା। କ୍ରମାଗତ ଓ୍ଵିକେଟ୍ ହରାଇବାରୁ ଦଳ ବିଜୟଠୁ ଦୂରେଇବାରେ ଲାଗିଥିଲା। ଦେବଦତ୍ତ ପାଡିକଲ୍ ୨୬ ରନ କରି ପାଭିଲିୟନ ଫେରିଥିବା ବେଳେ ରିୟାନ ପରାଗ ୧୫ ରନ କରି ଅପରାଜିତ ଥିଲେ।

Leave A Reply

Your email address will not be published.