ଆଇପିଏଲ ମହାସମର, ନିୟମ ଉଲଂଘନ ପାଇଁ ଫାଇନ ଦେବେ ବିରାଟ କୋହଲି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ): ଆଇପିଏଲ୍‌ ୨୦୨୩ର ୨୪ତମ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗସ୍‌ ବିପକ୍ଷ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)ର ଷ୍ଟାର ବିରାଟ କୋହଲିଙ୍କ ବ୍ୟାଟିଂ ଯାଦୁଗରୀ କୌଣସି କାମ କରିନାହିଁ। ଗତକାଲି ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ୮ ରନ୍‌ରେ ଚେନ୍ନାଇ, ବାଙ୍ଗାଲୋରକୁ ପରାସ୍ତ କରିଛି।ଟିମ୍‌ ହାରିବାଠୁ ଅଧିକ ଦୁଃଖର କାରଣ ହେଉଛି ବିରାଟ କୋହଲିଙ୍କ ଉପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଫାଇନ୍‌ ପକାଇଛି।

ଚେନ୍ନାଇ ବିପକ୍ଷ ମ୍ୟାଚ୍‌ ବେଳେ ଆଇପିଏଲ୍‌ ନିୟମ ଉଲ୍ଲଂଘନ କରିଥିବାରୁ ବିରାଟଙ୍କ ଉପରେ ଏହି ଫାଇନ୍‌ ପଡ଼ିଛି। ଆଇପିଏଲ୍‌ ପକ୍ଷରୁ ଜାରି ହୋଇଥିବା ମିଡିଆ ରିଲିଜ୍‌ରେ କୁହାଯାଇଛି, ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ଚେନ୍ନାଇ ବିପକ୍ଷ ଆଇପିଏଲ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଆଚାର ସଂହିତା ଉଲ୍ଲଂଘନ କରିଛନ୍ତି। ଏଥିପାଇଁ ମ୍ୟାଚ୍‌ ଫି’ର ୧୦% ଜରିମାନା ବିରାଟଙ୍କ ଉପରେ ପଡ଼ିଛି।

ସେ ଆଇପିଏଲ୍‌ ଆଚାର ସଂହିତା(IPL Code of Conduct) ଅନୁଚ୍ଛେଦ ୨.୨ର ଅଧୀନରେ ଲେଭଲ୍‌ ୧ର ଦୋଷ ସ୍ୱୀକାର କରିଛନ୍ତି।ଆଇପିଏଲ୍‌ ଆଚାର ସଂହିତାର ଲେଭଲ୍‌ ୧ର ଉଲ୍ଲଂଘନ ଉପରେ ଆଗାମୀ ଦିନରେ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯିବ ନାହିଁ। ହେଲେ ନିୟମ ଉଲ୍ଲଂଘନ କରିଥିବା ବିରାଟଙ୍କୁ ମ୍ୟାଚ୍‌ ଫି’ର ୧୦% ଜରିମାନା ଦେବାକୁ ପଡ଼ିବ।

ତେବେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ବିରାଟ କେଉଁ ନିୟମର ଉଲ୍ଲଂଘନ କରିଛନ୍ତି, ଯେଉଁଥିପାଇଁ ତାଙ୍କ ଉପରେ ଏହି ଫାଇନ୍‌ ପଡ଼ିଛି।ଗତକାଲି ଖେଳା ଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ବିଜୟ ପାଇଁ ବାଙ୍ଗାଲୋର ସମ୍ମୁଖରେ ୨୨୭ ରନ୍‌ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଚେନ୍ନାଇ। ଏହି ମ୍ୟାଚ୍‌ରେ ବିରାଟ କୋହଲି ମାତ୍ର ୪ ବଲ୍‌ରେ ୬ ରନ୍‌ କରିଥିଲେ। ୨୨୭ ରନ୍‌ର ବିଜୟକୁ ଆର୍‌ସିବି ପିଛା କରିବାକୁ ଯାଇ ୧୫ ରନ୍‌ରେ ୨ଟି ୱିକେଟ୍‌ ହରାଇ ଥିଲା। ଶେଷରେ ଦଳ ୨୧୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା ଓ ୮ ରନ୍‌ରେ ବାଙ୍ଗାଲୋରକୁ ପରାସ୍ତ କରିଥିଲା ଚେନ୍ନାଇ।

Leave A Reply

Your email address will not be published.