ଚନ୍ଦ୍ରଯାନ-୩ ଲ୍ୟାଣ୍ଡରରୁ ରୋଭର ପ୍ରଜ୍ଞାନ ବାହାରୁଥିବାର ଭିଡିଓ ଛାଡ଼ିଲା ଇସ୍ରୋ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପରେ ଏବେ ସାରା ବିଶ୍ୱର ନଜର ଏହି ମିଶନ ଉପରେ । ଏହାରି ଭିତରେ ଲ୍ୟାଣ୍ଡରରୁ ବାହାରି ରୋଭର ପ୍ରଜ୍ଞାନ ଅଲଗା ହୋଇ ଚନ୍ଦ୍ରରେ ତଥ୍ୟ ସଂଗ୍ରହ କରିବାରେ ଲାଗି ପଡ଼ିଛି । ଏହାରି ଭିତରେ ଚନ୍ଦ୍ରଯାନ -୩ ଲ୍ୟାଣ୍ଡରରୁ ରୋଭର ବାହାରୁଥିବାରୁ ସଦ୍ୟତମ ଫଟୋ ଇସ୍ରୋ ପକ୍ଷରୁ ଛଡ଼ାଯାଇଛି। ରୋଭର ପ୍ରଜ୍ଞାନ ରାସାୟନିକ, ଖଣିଜ ପଦାର୍ଥ, ମାଟି ଓ ପଥର ସମ୍ପର୍କରେ କରୁଛି ଗବେଷଣା ।

୧୪ ଦିନ ଲାଗି ୬ ଚକିଆ ବିଶିଷ୍ଟ ରୋଭର ଚନ୍ଦ୍ରପୃଷ୍ଠର ଗବେଷଣା କରିବ ବୋଲି ଜଣାପଡ଼ିଛି। ୧୪ ଦିନ ପରେ ଲ୍ୟାଣ୍ଡର ଓ ରୋଭର କାର୍ୟ୍ୟକ୍ଷମ ନେଇ ଆଶାବାଦୀ ରହିଛି ଇସ୍ରୋ ।

 

Leave A Reply

Your email address will not be published.