ଦ୍ୱିପାକ୍ଷିକ ଆଲୋଚନା ପାଇଁ ମୋଦୀଙ୍କୁ ଅନୁରୋଧ କରିଥିଲା ଚୀନ୍: ଏଏନଆଇର ବଡ଼ ଖୁଲାସା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବୈଠକକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ନ୍ୟୁଜ୍ ଏଜେନ୍ସି ଏଏନଆଇ ସୂତ୍ରରୁ ପ୍ରକାଶ ଯେ ଚୀନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରିଛି। ଏଏନଆଇ ସୂତ୍ରରୁ ପ୍ରକାଶ ଯେ ଚୀନ୍ ଦଳ ସି ଜିନପିଙ୍ଗଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। ତେବେ ଉଭୟଙ୍କ ମଧ୍ୟରେ ଏକ ଅନୌପଚାରିକ ବାର୍ତ୍ତାଳାପ ହୋଇଥିଲା।

ଏଏନଆଇ ସୂତ୍ର ଅନୁଯାୟୀ ଚୀନ୍ ପକ୍ଷରୁ ଭାରତୀୟ ପକ୍ଷ ସହ ଦ୍ୱିପାକ୍ଷିକ ବୈଠକ ଅନୁରୋଧ କରାଯାଇଥିଲା। ତେବେ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ଶିଖର ସମ୍ମିଳନୀରେ ଲିଡର୍ସ ଲାଉଞ୍ଜରେ ପିଏମ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଏକ ଅନୌପଚାରିକ ବାର୍ତ୍ତାଳାପ ହୋଇଥିଲା।

ଦୁଇ ନେତାଙ୍କ ମଧ୍ୟରେ ଅନୌପଚାରିକ ବାର୍ତ୍ତାଳାପ ଏପରି ଏକ ସମୟରେ ଘଟିଛି ଯେତେବେଳେ ନୂଆଦିଲ୍ଲୀରେ ହେବାକୁ ଥିବା ଜି -୨୦ ବୈଠକକୁ ମାତ୍ର ଦୁଇ ସପ୍ତାହ ବାକି ଅଛି। ୮-୧୦ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଜି -୨୦ ବୈଠକ ଅନୁଷ୍ଠିତ ହେବ। ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଏଥିରେ ଯୋଗଦେବାକୁ ଦିଲ୍ଲୀ ଆସୁଛନ୍ତି। ଚୀନ୍ ଏବଂ ଋଷ ମଧ୍ୟ ଜି -୨୦ ର ସଦସ୍ୟ ଅଟନ୍ତି।

 

Leave A Reply

Your email address will not be published.