ପୁଅ ମୃତ୍ୟୁ ପରେ ଜୀବନ ହାରିଲେ ବାପା
ଓଡ଼ିଆ ନ୍ୟୁଜ୍: ମାନସିଂହ ଗାଁରେ ପୁଅ ମୃତ୍ୟୁ ପରେ ଜୀବନ ହାରିଲେ ବାପା। ପ୍ରଥମେ ଛାତିରେ ଯନ୍ତ୍ରଣା ହେବାରୁ ମେଡିକାଲ୍ ଯାଇଥିଲେ ପୁଅ। ଡାକ୍ତର ମୃତ ଘୋଷଣା କରିବା ପରେ ଜୀବନ ହାରିଥିଲେ ବାପା। ପୁଅ ମୃତ୍ୟୁ ପରେ ଗଛରେ ରଶି ଲଗାଇ ଜୀବନ ହାରିଛନ୍ତି ବାପା। ବାପପୁଅଙ୍କ ଶବ ବ୍ୟବଚ୍ଛେଦ, ମଙ୍ଗଳପୁର ଥାନାରେ ୨ଟି ଅପମୃତ୍ୟୁ ମାମଲା ରୁଜୁ।
ମଙ୍ଗଳପୁର ବଜାର ରେ ଷ୍ଟୁଡିଓ ବ୍ୟବସାୟ କରୁଥିବା ଷ୍ଟିମର ପଣ୍ଡାଙ୍କ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀ ବିଷପାନ କରିଥିଲେ। ଚିକିତ୍ସା ସମୟରେ ସେ ଛାଟିପିଟି ହେଉଥିବା ବେଳେ ତାଙ୍କ ହାତ ଗୋଡ ଷ୍ଟିମରଙ୍କ ଛାତି ରେ ବାଜିଥିଲା। ଏଥିରେ ଷ୍ଟିମର ଗୁରୁତର ହୋଇ ଯାଇଥିଲେ। ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଅର ମୃତ୍ୟୁ ଖବର ପାଇ ଘରେ ବାପା ରସାନନ୍ଦ ପଣ୍ଡା ନିଜ ଘରେ ଜୀବନ ହାରିଛନ୍ତି । ଦୁଇ ମୃତଦେହକୁ ଶବ ବ୍ୟବଚ୍ଛେଦ ଲାଗି ଯାଜପୁର ମୁଖ୍ୟ ଚିକିତ୍ସାଳୟ ଅଣାଯାଇଛି। ଏପଟେ ବିଷ ପିଇଥିବା ଯୁବକଙ୍କ ମଧ୍ୟ କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏ ନେଇ ମଙ୍ଗଳପୁର ପୋଲିସ ତଦନ୍ତ କରୁଛି।