ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା

0

ଓଡ଼ିଆ ନ୍ୟୁଜ୍: ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା। ଧର୍ମଶାଳା ଘରେ କର୍ମୀ ସମ୍ମିଳନୀ ଚାଲିଥିବା ବେଳେ ଆକ୍ରମଣ ଅଭିଯୋଗ।ଆକ୍ରମଣରେ ୪ ଗୁରୁତର କଟକ ସ୍ଥାନାନ୍ତର, ୧୫ ଧର୍ମଶାଳାରେ ଚିକିତ୍ସାଧୀନ।୧୫ରୁ ଊର୍ଦ୍ଧ୍ବ ଗାଡ଼ି ଭାଙ୍ଗି ଦେଇଛନ୍ତି କହିଲେ ପ୍ରଣବ ବଳବନ୍ତରାୟ। ଯାଜପୁର ପୋଲିସ ଉପରେ ଭରସା ନାହିଁ, ଡିଜିପିଙ୍କୁ ଅବଗତ କରିବି: ପ୍ରଣବ।ପ୍ରଣବ ବଳବନ୍ତରାୟଙ୍କ ଅଭିଯୋଗର ଜବାବ ରଖିଲେ ବିଧାୟକ ହିମାଂଶୁ ସାହୁ। ଆମ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଛି କହିଲେ ହିମାଂଶୁ ସାହୁ।

ସୂଚନା ଅନୁଯାୟୀ ଜେନାପୁର ଥାନା ଅନ୍ତର୍ଗତ ପନ୍ତୁରି ଠାରେ ଥିବା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଙ୍କ ବାସ ଭବନରେ ଆଜି ବିଜେଡ଼ି ସୋସିଆଲ ମିଡ଼ିଆ ଟିମର ସାଙ୍ଗଠନିକ ବୈଠକ ଚାଲୁ ଥିବା ବେଳେ କିଛି ଯୁବକ ଆସି ଗାଳି ଗୁଲଜ କରିଥିଲେ। ଯାହାକୁ ନେଇ ଉଭୟ ପକ୍ଷ ରେ ତିକ୍ତତା ଆରମ୍ଭ ହୋଇଥିଲା। ବିଜେଡି ର କର୍ମକର୍ତ୍ତା ଙ୍କୁ ଆକ୍ରମଣ କରିଥିଲେ। ମହିଳା ମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି। ଆକ୍ରମଣରେ ବହୁ ବିଜେଡ଼ି ନେତା ଓ କର୍ମୀ ଆହତ ହୋଇ ଧର୍ମଶାଳା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କିଛି ଗୁରୁତରଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

Leave A Reply

Your email address will not be published.