ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ଜଳେଶ୍ୱର ମ୍ୟୁନିସିପାଲିଟି କିରାଣି ବ୍ରଜଗୋପାଳ ଘୋଷ।୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ।ବିଲ୍ ପାସ କରାଇଦେବା ପାଇଁ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିଲେ।ସୂଚନା ଅନୁସାରେ, ଶୁକ୍ରବାର ମଧ୍ୟାହ୍ନରେ ଅଭିଯୋଗକାରୀ ତଥା ଠିକାଦାର ଜ୍ୟୋତି ମହାପାତ୍ର ମ୍ୟୁନିସିପାଲିଟିରେ ହୋଡିଂ ଓ ଲାଇଟ୍ ପୋଷ୍ଟ କାର୍ଯ୍ୟ ପାଇଁ ବିଲ୍ ଉଠାଇବାକୁ ଆସିଥିଲେ,ମାତ୍ର ଆକାଉଣ୍ଟାଣ୍ଟ ବ୍ରଜଗୋପାଳ ଘୋଷ ମହାପାତ୍ର ୧ ଲକ୍ଷ ଟଙ୍କା ବିଲ୍ ପାସ କରିବାକୁ ଠିକାଦାରଙ୍କୁ ୨୦ ହଜାର ଟଙ୍କା ଦାବି କରିଥିଲେ।
ଠିକାଦାର ଉକ୍ତ କଥାରେ ରାଜି ହୋଇ ଆକାଉଣ୍ଟାଣ୍ଟଙ୍କୁ ୧୦ ହଜାର ଟଙ୍କା ଦେଇ ଜିଲା ଭିଜିଲାନ୍ସ ଅଫିସକୁ ଖବର ଦେଇଥିଲେ। ତେବେ ଆଜି ଯୋଜନା ମୁତାବକ ଭିଜିଲାନ୍ସ ଡିଏସ୍ପି ସିକନ୍ଦର ହେମ୍ବ୍ରମଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଚଢ଼ାଉ କରି ୧୦ ହଜାର ଟଙ୍କା ଜବତ କରିବା ସହିତ କମ୍ପ୍ୟୁଟରର ହାର୍ଡ ଡିସ୍କ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରି ବ୍ରଜଗୋପାଳଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।