ଓଡ଼ିଆ ନ୍ୟୁଜ୍: ଯାତ୍ରା ଖଳନାୟକ ପୀୟୂଷ ତ୍ରିପାଠୀଙ୍କୁ ମିଳିଲା ଭୁବନେଶ୍ବର କୋର୍ଟ ଅର୍ଡର କପି।ମଞ୍ଚ ବାରଣ ନେଇ ମିଳିଲା ଭୁବନେଶ୍ବର କୋର୍ଟ ଅର୍ଡର କପି। ମାମଲାରେ ପକ୍ଷଭୁକ୍ତ ହୋଇଥିବା ସଞ୍ଜୀବ ପାଢ଼ୀଙ୍କୁ ମଧ୍ୟ ମିଳିଲା ଅର୍ଡର କପି। ଆସନ୍ତା ୧୨ ତାରିଖରେ ଉଭୟଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି।ଏନେଇ ସୂଚନା ଦେଲେ ସିଂହବାହିନୀ ମାଲିକ ସଞ୍ଜୀବ ପାଢ଼ୀ। ଯାହାଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୀୟୁଷ। ସେ କହିଛନ୍ତି ଯେ, ମୁଁ କୋର୍ଟରେ ହାଜର ହେବି। ନ୍ୟାୟପାଳିକା ଉପରେ ମୋର ଭରଷା ଅଛି। ଘଟଣା ସେତେ ବଡ଼ ନୁହେଁ, ଯାହା ହେବ ଭଲ ହେବ। ଯେପର୍ଯ୍ୟନ୍ତ ମଞ୍ଚ ନଚଢିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି, ସେପର୍ଯ୍ୟନ୍ତ ଯାତ୍ରା କରିବିନି। କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବି। ସେହିପରି ସିଂହବାହିନୀ ମାଲିକ ସଂଜୀବ ପାଢୀଙ୍କୁ ମଧ୍ୟ କୋର୍ଟ ପକ୍ଷରୁ ନୋଟିସ ଆସିଛି । ସୂର୍ଯ୍ୟମନ୍ଦିର ମାଲିକଙ୍କ ପକ୍ଷରୁ ଦାୟର ହୋଇଥିବା ଏତଲାର ଶୁଣାଣି କରି କୋର୍ଟ ଏହି ନୋଟିସ ଦେଇଛନ୍ତି । ପ୍ରଥମେ ପୀୟୁଷଙ୍କୁ ଆସିଥିଲା, ଆଉ ଏବେ ସିଂହବାହିନୀ ଯାତ୍ରା ପାର୍ଟି ମାଲିକଙ୍କୁ ନୋଟିସ ଆସି।
ଯାତ୍ରାରୁ ବିଶ୍ରାମ ନେଇଥିବା ଜଲିଉଡ୍ ସୁପରଷ୍ଟାର ପୀୟୁଷ ତ୍ରିପାଠୀ ନୂଆବର୍ଷରେ ମଞ୍ଚ ଚଢିଥିଲେ। ଜାନୁଆରୀ ୫ ତାରିଖରେ ଯାତ୍ରା ସିଂହବାହିନୀର ନାଟକ ‘ତୁ ମୋ ବଜରଙ୍ଗୀ’ ଜରିଆରେ ଏଣ୍ଟ୍ରି କରିଥିଲେ। ଏହି ନାଟକ ଏବଂ ପୀୟୂଷଙ୍କ ଅଭିନୟ ଦେଖିବାକୁ ହଜାର ହଜାର ଦର୍ଶକ ଅନଲାଇନରେ ଆଗୁଆ ଟିକଟ୍ ବୁକ୍ କରିଥିଲେ। ଚଣ୍ଡିଖୋଲରେ ନାଟକଟି ମଞ୍ଚସ୍ଥ ହୋଇଥିଲା ବେଳେ ଏବେ କଟକର ଟାଙ୍ଗୀରେ ନାଟକ ମଞ୍ଚାୟନ ହୋଇଥାନ୍ତା ।