ମହିଳା ପୋଲିସ ଅଧିକାରୀଙ୍କୁ ଜୟନାରାୟଣ ମିଶ୍ର ଚାପୁ଼ଡା ମରିଥିବା ଅଭିଯୋଗ, ଥାନାରେ ମାମଲା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଜୟନାରାୟଣ ମିଶ୍ରଙ୍କ ଗୁଣ୍ଡାଗର୍ଦ୍ଦି ନେଇ ସାଂଘାତିକ ଅଭିଯୋଗ। ଡ୍ୟୁଟିରେ ଥିବା ମହିଳା ଥାନାଧିକାରୀଙ୍କୁ ଚାପୁଡ଼ା ମରାର ଦୃଶ୍ୟ କ୍ୟାମେରାରେ କଏଦ । ଧନୁପାଲି ଆଇଆଇସି ଅନୀତା ପ୍ରଧାନଙ୍କୁ ଧକ୍କା ମାରିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ କର୍ତ୍ତବ୍ୟରତ ମହିଳା ଆଇଆଇସିଙ୍କୁ ଆକ୍ରମଣ। ଆଇଆଇସି ଅନିତା ପ୍ରଧାନଙ୍କୁ ଚାପୁଡ଼ା ମାରିବାକୁ ଧମକ ସହ ଧକ୍କା ମାରିଥିବା ଅଭିଯୋଗ ହୋଇଛି।

ରାଜ୍ୟବ୍ୟାପୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେପି ଆଜି ଧାରଣା ଦେଇଥିବା ବେଳେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ପୋଲିସ ବାଧାଦେଇଥିଲା । ଏହି ସମୟରେ ହଠାତ ବିଜେପିର ପୁରୁଷ କର୍ମୀମାନେ ଧସେଇ ପଶିଆସିଥିଲେ । ଧନୁପାଲି ଥାନା ଆଇଆଇସି ଅନିତା ପ୍ରଧାନ ସେଠାରେ ଜୟନାରାୟଣଙ୍କ ମିଶ୍ରଙ୍କ ସାମନାକୁ ଆସିଥିଲେ। ବିରୋଧୀଦଳ ନେତା ତାଙ୍କୁ ଗାଳିମନ୍ଦ କରିବା ସହ ଚାପୁଡ଼ା ମାରିଥିଲେ । ପଛରେ ଥିବା ଅନ୍ୟ ପୋଲିସ କର୍ମୀ ମାନେ ଏଥିରେ ହସ୍ତକ୍ଷେପ କରି ଜୟନାରାୟଣ ମିଶ୍ରଙ୍କୁ ରୋକିଥିଲେ। ଜୟନାରାୟଣଙ୍କ ଏଭଳି ଆଚରଣ ପୁଣି ଥରେ ବିବାଦ ସୃଷ୍ଟି କରିଛି। ସେପଟେ ତାଙ୍କୁ ପୋଲିସ ଧକ୍କା ମାରିଥିବା ପାଲଟା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା।

 

ମହିଳା ଥାନା ଆଇଆଇସିଙ୍କୁ ବିରୋଧୀ ଦଳ ନେତାଙ୍କ ଚାପୁଡ଼ା ମରା ଘଟଣାକୁ ଗମ୍ଭୀରତାର ସହ ନେଇଛି ଜିଲ୍ଲା ପୋଲିସ। ଘଟଣାର ବିସ୍ତୃତ ତଥ୍ୟ ମଗାଯାଇଛି। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସମ୍ବଲପୁର ଏସପି ବି. ଗଙ୍ଗାଧର। ଆଇନଶୃଙ୍ଖଳା ସ୍ଥିତି ନେଇ ସେଠାରେ ଉପସ୍ଥିତ ଅନ୍ୟ ଅଧିକାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଉଛି। ଏହା ସହ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।  ଜୟନାରାୟଣ ମିଶ୍ରଙ୍କ ଏପରି ଆଚରଣ ପ୍ରଥମ ଥର ନୁହେଁ। ବାରମ୍ବାର ନିଜର ଆଚରଣ ଓ କାର୍ଯ୍ୟକଳାପ ନେଇ ବିବାଦରେ ରହିଛନ୍ତି ସମ୍ବଲପୁର ବିଜେପି ବିଧାୟକ ତଥା ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର। ପୂର୍ବରୁ ମଧ୍ୟ ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇ ଓ ପୋଲିସ ସହ ମୁହାଁମୁହିଁ ହୋଇ ବିବାଦ ସୃଷ୍ଟି କରିଛନ୍ତି।

ମହିଳା ପୋଲିସ ଅଧିକାରୀଙ୍କୁ ଜୟନାରାୟଣ ମିଶ୍ରଙ୍କ ଚାପୁ଼ଡା । ପ୍ରଥମେ ଧମକ ଦେଲେ ପରେ ଚାପୁଡ଼ା ମାରିଲେ । ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେପିର ଆନ୍ଦୋଳନ ବେଳେ ଧନୁପାଲି ଥାନା ଆଇଆଇସି ଅନିତା ପ୍ରଧାନଙ୍କୁ ବିରୋଧୀ ଦଳ ନେତା ଧକ୍କା ମାରିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏନେଇ ସମ୍ବଲପୁର ଟାଉନ ଥାନାରେ ଏତଲା ଦେଇଛନ୍ତି ଆଇଆଇସି । ବିଜେପି ମହିଳା ମୋର୍ଚ୍ଚା ମଧ୍ୟ ଟାଉନ ଥାନାରେ ପାଲଟା ଏତଲା ଦେଇଛି। ଘଟଣାର ବିସ୍ତୃତ ତଥ୍ୟ ସଂଗ୍ରହ ପରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସମ୍ବଲପୁର ଏସପି

Leave A Reply

Your email address will not be published.