୧୨.୦୩. ୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ବିବାହ ସୂତ୍ରରେ ବାନ୍ଧିହୋଇଛନ୍ତି ଓଲିଉଡ୍ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ଏବଂସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ I ଗତକାଲି ସେମାନଙ୍କ ନିର୍ବନ୍ଧ ହୋଇଛିବୋଲି ଚର୍ଚ୍ଚା ଜୋରଧରିଥିଲା l ଆଜି ସକାଳେ ଝିଲିକ୍ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ଜରିଆରେ ତାଙ୍କର ବାହାଘର ଫୋଟୋକୁ ସେଆର କରିଛନ୍ତି l ଝିଲିକ୍ ଦୁଇଟି ଫଟୋ ଶେଆର କରିଛନ୍ତି, ଗୋଟେ ଫଟୋରେ ପ୍ରୀତିରଞ୍ଜନ ତାଙ୍କ ମଥାରେ ସିନ୍ଦୁର ଦେଉଥିବାର ଦେଖିବାକୁ ମିଳିଛି। ଅନ୍ୟଟିରେ ଝିଲିକ୍ଙ୍କ ସହିତ ପ୍ରୀତିରଞ୍ଜନ ଓ ତାଙ୍କ ବାପାମା’ ଅଛନ୍ତି। ଆହୁରି ମଧ୍ୟ ଲେଖିଛନ୍ତି ଆମର ବୈବାହିକ ଜୀବନ ପାଇଁ ଆମକୁ ଆଶୀର୍ବାଦ କରନ୍ତୁ। ଜୟ ଜଗନ୍ନାଥ ବୋଲି ମଧ୍ୟ ଲେଖିଛନ୍ତି। ଏ ବାହାଘର ନେଇ ପ୍ରୀତିରଞ୍ଜନଙ୍କ ପକ୍ଷରୁ କୌଣସି ପ୍ରତିକିୟା ମିଳିପାରିନାହିଁ।