ଜିଓର ସବୁଠାରୁ ଶସ୍ତା ପ୍ଲାନ୍

0

ଜିଓରେ ଅନେକ ଅଫର ରହିଛି, ଯାହାକି ପୋଷ୍ଟପେଡ୍ ଓ ପ୍ରିପେଡ ପ୍ଲାନର ସବସ୍କ୍ରିପସନ୍ ସହିତ ଅନେକ ଅଫର ଦେଇଥାଏ । ଏଥିରେ ହାଇସ୍ପିଡ ଡାଟା ସହିତ ମାଗଣା ଓଟିଟି ଷ୍ଟ୍ରିମିଂ ପ୍ଲାଟଫର୍ମ ଭଳି ସୁବିଧା ରହିଛି । କିଛି ପ୍ରିପେଡ ପ୍ଲାନରେ ଗ୍ରାହକଙ୍କୁ Disney+ Hotstarର ସୁବିଧା ମଧ୍ୟ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଜିଓର କିଛି ଶସ୍ତା ପ୍ଲାନ ବିଷୟରେ, ଯେଉଁଥିରେ ଆପଣ ଡାଟା ସହିତ Netflix, Amazon Prime ଓ Disney+ Hotstar ପ୍ୟାକେଜ୍ ଦେଉଛି ।

ୟୁଜର୍ସଙ୍କ ପାଇଁ ଏହା JioPostPaid Plusର ସବୁଠାରୁ ଶସ୍ତା ପ୍ଲାନ୍ । ଏହି ପ୍ଲାନରେ ଆପଣ ସମସ୍ତ ୩ଟି Netflix, Amazon Prime ଓ Disney+ Hotstarକୁ ମାଗଣାରେ ଦେଖିପାରିବେ । ଏହି ଯୋଜନା ୭୫ଜିବି ଡାଟା ସହିତ ୨୦୦ଜିବିର ସର୍ବାଧିକ ଡାଟା ରୋଲଭର ଦେଇଥାଏ । ୭୫ଜିବି ଡାଟା ସୀମା ଅତିକ୍ରମ କରିବା ପରେ ଉପଭୋକ୍ତାମାନଙ୍କୁ ୧୦ /ଜିବି ମୂଲ୍ୟରେ ଡାଟା କିଣିବାକୁ ପଡିବ । ଏହି ଯୋଜନା ଦିନକୁ ଅନଲିମିଟେଡ ଭଏସ୍ କଲ୍ ଓ ୧୦୦ ଏସଏମଏସ ରହିଛି । ଏହା ସହ ଆମାଜନ ପ୍ରାଇମ ଭିଡିଓ ସବସ୍କ୍ରିପସନ୍ ପାଇଁ ଏକ୍ସେସ୍ ୧ ବର୍ଷ ପାଇଁ ଭ୍ୟାଲିଡ ରହିଛି । ଏହି ସମସ୍ତ ଆପର ଖର୍ଚ୍ଚ ମାସକ ହିସାବରେ ଦେଖିଲେ ଆପଣ ଏହି ପ୍ଲାନ ଜରିଆରେ ୧ ହଜାର ଟଙ୍କା ସଞ୍ଚୟ କରୁଛନ୍ତି ।

ଏହା ବ୍ୟତିତ ଆପଣ ପ୍ରିପେଡ ବ୍ୟବହାର କରୁଛନ୍ତି, ତେବେ ଜିଓର ୪୦୧, ୫୯୮, ୭୭୭ ଓ ୨୫୯୯ ଟଙ୍କାର ପ୍ଲାନରେ ଓଟିଟି ପ୍ଲାଟଫର୍ମର ସବସ୍କ୍ରିପସନ୍ ମିଳିବ ।

Leave A Reply

Your email address will not be published.