ଓଡ଼ିଆ ନ୍ୟୁଜ୍: କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କୁ ଗିରଫ କଲା ଭିଜିଲାନ୍ସ। ନୂଆପଡ଼ା R&B ଡିଭିଜନ୍ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ ଶନିବାର ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।
ଭିଜିଲାନ୍ସର ତଥ୍ୟ ଅନୁଯାୟୀ, ସୁଶାନ୍ତଙ୍କର ଭୁବନେଶ୍ୱର ଲିଙ୍ଗିପୁର ଗଙ୍ଗୋତ୍ରୀନଗରସ୍ଥିତ ପ୍ଲଟ୍ ନଂ.୧୦ରେ ୬୫୦୦ ବର୍ଗଫୁଟରେ ଏକ ୩ ମହଲା କୋଠା ଓ ପ୍ଲଟ୍ ନଂ.୧୦/୩୯୨୦ରେ ପ୍ରାୟ ୧୫୦୦ ବର୍ଗଫୁଟରେ ଏକ ନିର୍ମାଣଧିନ କୋଠା ରହିଛି। ସେହିପରି ପୁରୀ ଜିଲା ପିପିଲି ବିଲିପଡାସ୍ଥିତ ପ୍ଲଟ୍ ନଂ. ୭୪୯ରେ ୧ ଏକର ଜାଗାରେ ଗୋଟିଏ ଫାର୍ମ ହାଉସ୍ ଓ ବିଭିନ୍ନ ସ୍ଥାନରେ ୯ଟି ମୂଲ୍ୟବାନ୍ ପ୍ଲଟ୍ ଠାବ ହୋଇଛି। ଭୁବନେଶ୍ୱରରେ ୩ଟି, ପିପିଲିରେ ୫ଟି ଏବଂ ରାୟଗଡା ଟାଉନ୍ରେ ଗୋଟିଏ ପ୍ଲଟ୍ ରହିଛି। ରେଜିଷ୍ଟର୍ ସେଲ୍ ଡିଡ୍ ଅନୁଯାୟୀ ପ୍ଲଟ୍ଗୁଡ଼ିକର ଦର ୧.୦୧ କୋଟି ରହିଛି। ହେଲେ ଏସବୁର ପ୍ରକୃତ ମୂଲ୍ୟ ଅଧିକ ହେବ।