ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୃଷକ ସଂଗଠନଗୁଡ଼ିକର ଦୀର୍ଘ ଦିନର ଆନ୍ଦୋଳନ ପରେ ପ୍ରତ୍ୟାହାର ହୋଇଥିବା ୩ଟି ବିବାଦୀୟ କୃଷି ଆଇନକୁ ସରକାର ଫେରାଇ ଆଣିବା ଉଚିତ ବୋଲି ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ବୟାନ ଦେଇ ପୁଣି ଥରେ ବିବାଦ ସୃଷ୍ଟି କରିଛନ୍ତି। ତେବେ ଏହାକୁ ନେଇ ଚାପ ବଢ଼ିବାରୁ ସେ ଏବେ ମାରିଛନ୍ତି ୟୁ-ଟର୍ଣ୍ଣ। ଭିଡିଓ ଜାରି କରି ସଫେଇ ଦେବା ସହ ନିଜ ମତ ବଦଳାଇଛନ୍ତି।
ହିମାଚଳ ପ୍ରଦେଶରେ ନିଜ ନିର୍ବାଚନ ମଣ୍ଡଳୀ ମଣ୍ଡିରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କଙ୍ଗନା କହିଛନ୍ତି, ‘ମୁଁ ଜାଣେ ଏହି ବୟାନ ବିବାଦୀୟ ହୋଇପାରେ, କିନ୍ତୁ ତିନୋଟି କୃଷି ଆଇନକୁ ଫେରାଇ ଆଣିବା ଉଚିତ । ସେ କହିଛନ୍ତି କୃଷି ଆଇନକୁ ନେଇ ମୁଁ ଦେଇଥିବା ମନ୍ତବ୍ୟ ପାଇଁ କିଛି ଲୋକମାନେ ନିରାଶ ହେବାସହ କ୍ଷୋଭ ପ୍ରକାଶ କରିଛନ୍ତି। ମୋତେ ଧ୍ୟାନ ରଖିବାକୁ ପଡ଼ିବ ଯେ ମୁଁ ଏବେ କେବଳ ଅଭିନେତ୍ରୀ ନୁହେଁ, ବିଜେପିର କାର୍ଯ୍ୟକର୍ତ୍ତା ଅଟେ। ମୁଁ ଦେଇଥିବା ବୟାନ ପ୍ରତ୍ୟାହାର କରୁଛି। ଏକ୍ସରେ ଭିଡ଼ିଓ ପୋଷ୍ଟ କରି କଙ୍ଗନା କହିଛନ୍ତି ଯେ ମିଡ଼ିଆରେ ଏକ ପ୍ରଶ୍ନରେ ଉତ୍ତର ଦେଇ ମୁଁ କହିଥିଲି ଯେ କୃଷି ଆଇନ କାର୍ଯ୍ୟକାରୀ କରିବାକୁ କୃଷକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିବା ଉଚିତ୍।
ମୋ କଥାରୁ ଅନେକ ଲୋକ ନିରାଶ ହେବା ସହ କ୍ଷୋଭ ପ୍ରକାଶ କରିଛନ୍ତି। କଙ୍ଗନା ଆହୁରି ମଧ୍ୟ କହିଛନ୍ତି ଯେ ମୋତେ ଧ୍ୟାନ ଦେବାକୁ ପଡ଼ିବ ଯେ ମୁଁ ଆଉ ଏବେ କେବଳ ଜଣେ ଅଭିନେତ୍ରୀ ନୁହେଁ। ମୁଁ ମଧ୍ୟ ବିଜେପିର କର୍ମୀ ଅଟେ। ମୋର ମତ ମୋ ନିଜର ହେବା ଉଚିତ ନୁହେଁ, ମୋ ମତରେ ଦଳର ଆଭିମୁଖ୍ୟ ରହିବା ଦରକାର। ମୋ କଥାରେ କିମ୍ବା ଚିନ୍ତାଧାରାରେ କାହାକୁ ନିରାଶ କରିଛି, ତେବେ ଏଥିପାଇଁ ଗଭୀର ଦୁଃଖିତ। ମୁଁ ମୋ କଥାକୁ ପ୍ରତ୍ୟାହାର କରୁଛି।
Comments are closed.