ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗୀର ନିର୍ମାଣାଧୀନ ରେଳ ଟନେଲ୍

0

ଓଡ଼ିଆ ନ୍ୟୁଜ୍: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍‌ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଅଡେଣିଗଡ଼ ନିକଟରେ କୌଣସି କାରଣରୁ ଏହି ଟନେଲ୍‌ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଏହି ଘଟଣା ଫଳରେ ପ୍ରାୟ ୩୦ ମିଟର ଦୀର୍ଘ ଗର୍ତ୍ତ ସୃଷ୍ଟି ହୋଇଥିବା ଜଣାପଡ଼ିଛି।ସୂଚନା ଅନୁସାରେ ଆଜି ଆଡେଣିଗଡ ନିକଟ କଖାରୁଫାଳ ଠାରେ ନୀର୍ମାଣଧିନ ଟନେଲରେ ୩୦ ଫୁଟର ଏକ ଗାତ ହୋଇଥିବା ଦେଖିବାକୁ ମିଳିଛି।

ଟନେଲର ଲମ୍ବ ୫ କିମି ଦୁରତା ଥିବା ବେଳେ ନିର୍ମାଣଧିନ ଟନେଲର ୩୦ ଫୁଟର ଗାତ ସୃଷ୍ଟି ହୋଇଛି। କାମଟିକୁ ଗିଲ ଠିକା ସଂସ୍ଥା କରୁଥିବା ବେଳେ କେଉଁ ପରିସ୍ଥିତିରେ ଟନେଲ ଭୁଷୁଡିଛି ତାହା ଜଣାପଡିନାହିଁ। ଘଟଣା ସ୍ଥଳକୁ ରେଳବିଭାଗର ଅଧିକାରୀ ଯାଉଥିବା ଜଣାପଡିଛି ।

Leave A Reply

Your email address will not be published.