ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆଇପିଏଲରେ ୭୦୦୦ ରନ କ୍ରସ୍ କଲେ କୋହଲି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆଇପିଏଲରେ ୭୦୦୦ ରନ କ୍ରସ୍ କଲେ କୋହଲି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆଇପିଏଲରେ ୭୦୦୦ ରନ କରିଛନ୍ତି । ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଅକ୍ଷର ପଟେଲଙ୍କ ବଲରେ ଚୌକା ମାରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୦୮ରେ ବିରାଟ ଆଇପିଏଲରେ ବାଙ୍ଗାଲୋର ଟିମ ପକ୍ଷରୁ ପ୍ରଥମେ ଖେଳିଥିଲେ । ସେବେଠାରୁ ସେ ଏହି ଟିମର ଅଂଶ ହୋଇ ରହିଛନ୍ତି । ୨୩୩ ମ୍ୟାଚରୁ ୨୨୫ ଇନିଂସ ଖେଳି ସେ ଏହି ସଫଳତା ହାସଲ କରିଛନ୍ତି । ସେ ୫୦ ଅର୍ଦ୍ଧଶତକ ଓ ୫ ଶତକ ମାରିଛନ୍ତି । ୨୦୧୬ରେ କୋହଲି ଅରେଞ୍ଜ କପ ଜିତିଥିଲେ । ସେହିପରି ଆଇପିଏଲର ଗୋଟିଏ ସିଜନରେ ସର୍ବାଧିକ ୯୭୩ ରନ କରିବା ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି ।

ବିରାଟଙ୍କ ପରେ ଶିଖର ଧାୱନ ୨୧୩ ମ୍ୟାଚରେ ୬୫୩୬, ଡେଭିଡ ୱାର୍ଣ୍ଣର ୧୭୨ ମ୍ୟାଚରେ ୬୧୮୯ ଓ ରୋହିତ ଶର୍ମା ୬୦୬୩ ରନ ସଂଗ୍ରହ କରିଛନ୍ତି । ଦିଲ୍ଲୀ ବିପକ୍ଷ ମ୍ୟାଚରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କର ୨୦ ଓଭରରେ ୪ ୱିକେଟ ବିନିମୟରେ ୧୮୧ ରନ କରିଛି । କୋହଲ ୫୫, ଫାଫ ଡୁ ପ୍ଲେସି ୪୫ ଓ ମହୀପାଲ ଲୋମରାର କରିଥିଲେ ୫୪ ରନ ।

Leave A Reply

Your email address will not be published.