ଭୁଲ ଇଞ୍ଜେକସନ ନେଲା ୬ ଜୀବନ
ଓଡ଼ିଆ ନ୍ୟୁଜ୍: ଭୁଲ ଇଞ୍ଜେକସନ ନେଲା ୬ ଜୀବନ । ଗୋଟିଏ ରାତିରେ ଏକାସାଙ୍ଗେ ଚାଲିଯାଇଛି ୬ ରୋଗୀଙ୍କ ଜୀବନ । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଛି ଅଭବାନୀୟ ଘଟଣା । ଗତକାଲି କୋରାପୁଟ ଜିଲ୍ଲା ହସ୍ପିଟାଲରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ଜଣଙ୍କ ଜୀବନ ଯାଇଛି। ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ଭୁଲ୍ ଇଞ୍ଜେକସନରୁ ଏକାସଙ୍ଗେ 6 ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଆଇସିୟୁରେ ୩ ଓ ୱାର୍ଡରେ ୨ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ବି ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ଅପରେସନ ପରେ ଭଲ ଥିଲେ, ରାତିରେ ୨ଥର ଇଞ୍ଜକେସନ ଦେଇଥିଲେ ନର୍ସ । ଇଞ୍ଜେକସନ୍ ଦେବାର ୧୫ ମିନଟରେ ୫ ଜଣଙ୍କ ହଠାତ୍ ମୃତ୍ୟୁ ହୋଇଥିଲା।
ସେପଟେ ଏହି ଭୁଲ ଇଞ୍ଜେକ୍ସନ ପାଇଁ ଆଜି ଆଉ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି ।ଏହି ଘଟଣାକୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଖବର ଅନୁଯାୟୀ, କୋରାପୁଟ, ବୋରିଗୁମ୍ମା, କଳାହାଣ୍ଡି, ସେମିଳିଗୁଡା, ମାଛରା ଭଳି ବିଭିନ୍ନ ଅଞ୍ଚଳରୁ ଅନେକ ଗୁରୁତର ରୋଗୀ ହସ୍ପିଟାଲର ଆଇସିୟୁ ଏବଂ ସର୍ଜରୀ ବେଡ଼ରେ ଚିକିତ୍ସିତ ହେଉଥିଲେ। ହଠାତ୍ ରାତି ୧୧ ପରେ ଆଇସିୟୁର ଗୁରୁତର ଚିକିତ୍ସିତ ରୋଗୀଙ୍କ ଭିତରୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବେଡରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ତୁରନ୍ତ ରୋଗୀ ସମ୍ପର୍କୀୟଙ୍କ ଉତ୍ତେଜନା ଦେଖି ଟାଉନ୍ ଥାନା ପୋଲିସ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା।