ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ଧଳାଜହର କାରବାରରେ ଲାଗୁନି ରୋକ୍। ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ତମାଣ୍ଡୋ ପୋଲିସ। ଗତକାଲି ଏକ ବିଶେଷ ସୂତ୍ରରୁ ଖବର ପାଇ କଳିଙ୍ଗ ବିହାର ନିକଟସ୍ଥ ନୀଳକଣଠେଶ୍ଵର ମନ୍ଦିର ନିକଟରୁ ପୋଲିସ ହଠାତ୍ ଅଭିଯୁକ୍ତ କୁ ମାଡ଼ି ବସିଥିଲା । ଅଭିଯୁକ୍ତ ଜଣକ କଟକ ଟାଙ୍ଗୀ ଅଞ୍ଚଳର ଦୀପକ ବେହେରା ବୋଲି ଜଣାପଡିଛି । ସୂଚନା ମୁତାବକ ଦୀପକ ୪ ରୁ ୫ ବର୍ଷ ଧରି ରାଜଧାନୀ ରେ ରହି ବ୍ରାଉନ ସୁଗାର ବ୍ୟବସାୟ କରିଆସୁଥିଲେ । ଗତକାଲି ବ୍ୟବସାୟ କରୁଥିବାବେଳେ କଳିଙ୍ଗ ବିହାର ନିକଟରେ ରେଡ ହ୍ୟାଣ୍ଡରେ ଧରିଥିଲା ପୋଲିସ ।
ପୋଲିସ ଅଭିଯୁକ୍ତଠାରୁ ୨୮୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଯେଉଁ ଫୋନ ବ୍ୟବହାର କରି ସେ ବ୍ୟବସାୟ କରିଆସୁଥିଲା , ସେ ମୋବାଇଲ ଫୋନ କୁ ମଧ୍ୟ ଜବତ କରାଯାଇଛି । ଏଥିସହ ଏହି ବ୍ୟବସାୟରେ ତାଙ୍କୁ ଆହୁରି ଅନେକ ଲୋକ ସହଯୋଗ କରୁଥିବା ସ୍ବୀକାର କରିଛି ଅଭିଯୁକ୍ତ ଦୀପକ । ଦୀପକ ୱେଷ୍ଟବେଙ୍ଗଲ ଓ ଜଳେଶ୍ଵର ଅଞ୍ଚଳରୁ ବ୍ରାଉନ ସୁଗାର ଆଣି କାରବାର କରୁଥିଲା । ପୋଲିସ ଦୀପକ ର ସହଯୋଗୀ ଅଜୟ ମହାନ୍ତି କୁ ମଧ୍ୟ ଗିରଫ କରିଛି । ସେ ବରମୁଣ୍ଡା ପ୍ରଧାନ ସାହିରେ ରହି ଦୀପକ କୁ ବ୍ରାଉନ ସୁଗର ବ୍ୟବସାୟରେ ସହଯୋଗ କରୁଥିଲା ।