ରାଜଧାନୀରେ ଧଳାଜହର କାରବାରରେ ଲାଗୁନି ରୋକ୍: ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ତମାଣ୍ଡୋ ପୋଲିସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ଧଳାଜହର କାରବାରରେ ଲାଗୁନି ରୋକ୍।  ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ତମାଣ୍ଡୋ ପୋଲିସ। ଗତକାଲି ଏକ ବିଶେଷ ସୂତ୍ରରୁ ଖବର ପାଇ କଳିଙ୍ଗ ବିହାର ନିକଟସ୍ଥ ନୀଳକଣଠେଶ୍ଵର ମନ୍ଦିର ନିକଟରୁ ପୋଲିସ ହଠାତ୍ ଅଭିଯୁକ୍ତ କୁ ମାଡ଼ି ବସିଥିଲା  । ଅଭିଯୁକ୍ତ ଜଣକ କଟକ ଟାଙ୍ଗୀ ଅଞ୍ଚଳର ଦୀପକ ବେହେରା ବୋଲି ଜଣାପଡିଛି  । ସୂଚନା ମୁତାବକ ଦୀପକ ୪ ରୁ ୫ ବର୍ଷ ଧରି ରାଜଧାନୀ ରେ ରହି ବ୍ରାଉନ ସୁଗାର  ବ୍ୟବସାୟ କରିଆସୁଥିଲେ ।  ଗତକାଲି ବ୍ୟବସାୟ କରୁଥିବାବେଳେ କଳିଙ୍ଗ ବିହାର ନିକଟରେ ରେଡ ହ୍ୟାଣ୍ଡରେ ଧରିଥିଲା ପୋଲିସ  ।

ପୋଲିସ ଅଭିଯୁକ୍ତଠାରୁ ୨୮୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ।  ଯେଉଁ ଫୋନ ବ୍ୟବହାର କରି ସେ ବ୍ୟବସାୟ କରିଆସୁଥିଲା , ସେ ମୋବାଇଲ ଫୋନ କୁ ମଧ୍ୟ ଜବତ କରାଯାଇଛି । ଏଥିସହ ଏହି ବ୍ୟବସାୟରେ ତାଙ୍କୁ ଆହୁରି ଅନେକ ଲୋକ ସହଯୋଗ କରୁଥିବା ସ୍ବୀକାର କରିଛି ଅଭିଯୁକ୍ତ ଦୀପକ  । ଦୀପକ ୱେଷ୍ଟବେଙ୍ଗଲ ଓ ଜଳେଶ୍ଵର ଅଞ୍ଚଳରୁ ବ୍ରାଉନ ସୁଗାର ଆଣି  କାରବାର କରୁଥିଲା । ପୋଲିସ ଦୀପକ ର ସହଯୋଗୀ ଅଜୟ ମହାନ୍ତି କୁ ମଧ୍ୟ ଗିରଫ କରିଛି ।  ସେ ବରମୁଣ୍ଡା ପ୍ରଧାନ ସାହିରେ ରହି ଦୀପକ କୁ ବ୍ରାଉନ ସୁଗର ବ୍ୟବସାୟରେ ସହଯୋଗ କରୁଥିଲା  ।

Leave A Reply

Your email address will not be published.