କଳିଙ୍ଗା ଘାଟିରେ ଧସିଲା ମାଟି ଅତଡ଼ା

0

ଓଡ଼ିଆ ନ୍ୟୁଜ୍: ଗଞ୍ଜାମ ଜିଲା କଳିଙ୍ଗା ଘାଟିରେ ମାଡ଼ି ଅତଡ଼ା ଧସିଛି। ପ୍ରବଳ ବର୍ଷା ଯୋଗୁ ମାଟି ଅତଡ଼ା ଧସି ପଡ଼ିଥିବା ଜଣାପଡ଼ିଛି। ତେବେ ଘାଟି ରାସ୍ତା କାମ ଚାଲିଥିବା ବେଳେ ଏହି ମାଟି ଅତଡ଼ା ଧସିଛି। ଫଳରେ ୨ଟି ଜେସିବି ପାହାଡ଼ ତଳକୁ ଖସିପଡ଼ିଥିବା ସୂଚନାରୁ ପ୍ରକାଶ।ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ କଳିଙ୍ଗା ଘାଟି ଅବସ୍ଥିତ। ଘାଟି ରାସ୍ତା ଦେଇ ଦୈନନ୍ଦିନ ହଜାର ହଜାର ଛୋଟ ବଡ଼ ଯାନବାହନ ଚଳାଚଳ କରୁଛି। ଏହି ସମୟରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘାଟିରେ ହେଉଛି। ତେଣୁ ବିଭିନ୍ନ ସମୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପାହାଡ଼ କାଟି ରାସ୍ତାକୁ ଚଉଡ଼ା କରୁଛନ୍ତି।

ଘାଟିର ଅଧିକାଂଶ ଅଞ୍ଚଳ ଚଉଡ଼ା ହୋଇଗଲାଣି କିନ୍ତୁ ଘାଟି ଉପରେ ଥିବା ଅନ୍ଧାରୀ କୋଟି ମନ୍ଦିର ନିକଟରେ ୧୦୦ ମିଟର ରାସ୍ତା ସମ୍ପ୍ରସାରଣ ହୋଇପାରି ନ ଥିଲା। ସଂପୃକ୍ତ ସ୍ଥାନଟି ପଥର କାଟିବା ବିପଜ୍ଜନକ ଥିବାରୁ ସେଠାରେ ମାଟି ପୋତି ପଥରକୁ ପଥର ବାନ୍ଧି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଆଜକୁ ୨ ବର୍ଷ ହେବ ଚାଲିଛି। ପ୍ରାୟ ୨୦୦ରୁ ଊଦ୍ଧର୍‌ବ ଫୁଟ ଉଚ୍ଚରେ ମାଟି ଏବଂ ପଥର ପକାଇ ଥାକଥାକ କରି ପୋତାଯାଉଛି। କିନ୍ତୁ ମଝିରେ ମଝିରେ ତାହା ଭୁଶୁଡ଼ି ପଡୁଛି । ଫଳରେ କାର୍ଯ୍ୟ କିଛିଦିନ ବ୍ୟାହତ ହେଉଛି।

Leave A Reply

Your email address will not be published.