କଳିଙ୍ଗା ଘାଟିରେ ଭୂସ୍ଖଳନ

0

ଓଡ଼ିଆ ନ୍ୟୁଜ୍:କଳିଙ୍ଗା ଘାଟିରେ ଭୂସ୍ଖଳନ, ଧସିଲା ପଥର ଓ ମାଟି।ବର୍ଷାରେ ପାହାଡ଼ ଉପରୁ ଧସିଲା ବଡ଼ ବଡ଼ ପଥର ଓ ମାଟି ଅତଡ଼ା।ପଥର ଓ ମାଟି ଅତଡ଼ା ପଡ଼ିବାରୁ କଳିଙ୍ଗା ଘାଟି ସଂପୂର୍ଣ୍ଣ ବନ୍ଦ।କନ୍ଧମାଳରୁ ଗଞ୍ଜାମକୁ ଯୋଗାଯୋଗ ସଂପୂର୍ଣ୍ଣ ଠପ୍କନ୍ଧମାଳ ଜିଲା କଳିଙ୍ଗା ଘାଟିରେ ମଙ୍ଗଳବାର ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ବର୍ଷାରେ ପାହାଡ଼ ଉପରୁ ବଡ଼ ବଡ଼ ପଥର ଏବଂ ମାଟି ଅତଡ଼ା ଧସି ରାସ୍ତା ଉପରେ ପଡିଛି। ଫଳରେ କଳିଙ୍ଗା ଘାଟି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ଅନ୍ୟପକ୍ଷେ କନ୍ଧମାଳରୁ ଗଞ୍ଜାମ ଯୋଗାଯୋଗ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି। ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତୁରନ୍ତ ରାସ୍ତା ସଫା କରି ଗାଡ଼ି ଚଳାଚଳ ସ୍ବଭାବିକ କରିବାକୁ ସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.