ଆଉ ନାହାନ୍ତି ସୁର ସମ୍ରାଜ୍ଞୀ ଲତା ମଙ୍ଗେସକର। ୯୨ ବର୍ଷରେ ଦେହ ତ୍ୟାଗ କରିଛନ୍ତି ଲତା। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ଭାରତୀୟ ସିନେମାର କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କୁ ପ୍ରାୟ ୨୯ ଦିନ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଶନିବାର ଦିନ ଗାୟିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।
ଅନୁଯାୟୀ, ରବିବାର ସକାଳ ୮.୧୨ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଜାନୁଆରୀ ୮ରେ, ସେ କରୋନାରେ ସଂକ୍ରମିତ ହୋଇଥିଲେ।ଏବଂ ଆଜି ତାଙ୍କର ମୃତ୍ୟୁ ଘଟିଛି।ତାଙ୍କୁ ଚିକିତ୍ସା କରୁଥିବା ଡକ୍ଟର ପ୍ରତିତ ସମଦାନୀ ଗତ କାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଥିଲେ। କିଛି ଘଣ୍ଟା ପରେ, ଲତା ମଙ୍ଗେଶକରଙ୍କ ସାନ ଭଉଣୀ ଭେଟେରାନ୍ ଗାୟକ ଆଶା ଭୋସଲେ ତାଙ୍କ ଅବସ୍ଥା ଜାଣିବା ପାଇଁ ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ପହଞ୍ଚିଥିଲେ | ସୂଚନା