ୟୁପି ନିର୍ବାଚନ୨୦୨୨; ଆଜି ଘୋଷଣା ପତ୍ର ଜାରି କରିବ ବିଜେପି

0

ୟୁପି ନିର୍ବାଚନ ପାଇଁ ଜୋରଦାର ଅଣ୍ଟା ଭିଡ଼ିଛି ବିଜେପି। ୟୁପିରେ ନିର୍ବାଚନୀ ସରଗରମ ଜୋର୍ ଧରିଥିବା ବେଳେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ଦଳ। ଏହାରି ଭିତରେ ରବିବାର ଦିନ ଅର୍ଥାତ୍ ଆଜି ୟୁପି ନିର୍ବାଚନ ପାଇଁ ଘୋଷଣା ପତ୍ର ଜାରି କରିବ ବିଜେପି। ଏଥିପାଇଁ ଗୃହମନ୍ତ୍ରୀ ଅମିତ ଶାହା ଲକ୍ଷ୍ନୌରେ ପହଞ୍ଚିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ଏବଂ ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମାଙ୍କ ସମେତ ବିଜେପିର ସମସ୍ତ ବଡ ନେତା ଓ ମନ୍ତ୍ରୀ ଉପସ୍ଥିତ ରହିବେ। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଲୋକଙ୍କ ପସନ୍ଦ ହେଉଛି ଏକ ଡବଲ୍ ଇଞ୍ଜିନ୍ ଶକ୍ତିଶାଳୀ ସରକାର ଯାହା କେବଳ ବିଜେପି ସରକାରଙ୍କ ପାଖରେ ହିଁ ଅଛି।

ସୁଚନଥାଉକି, ଶୁକ୍ରବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରର ବିଧାନସଭା ନିର୍ବାଚନମଣ୍ଡଳୀରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି।ତେବେ ୟୁପି ନିର୍ବାଚନ କିଏ ଜିତିବା ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.