ଓଡ଼ିଆ ନ୍ୟୁଜ୍: ଗଞ୍ଜାମରେ ବିଜେଡି ସ୍ଥିତି ଦୁର୍ବଳ ହେଉଛି କହିଲେ ଲତିକା ପ୍ରଧାନ।ଗଞ୍ଜାମ ନେତାଙ୍କୁ ଦାୟିତ୍ଵ ନ ଦେବାରୁ ସଂଗଠନ ଅତି ଦୁର୍ବଳ ହୋଇଯାଇଛି।ବିକ୍ରମ ପଣ୍ଡା ଦାୟିତ୍ଵ ନେବା ପରେ ଧୀରେ ଧୀରେ ରିକଭରି କରୁଥିଲୁ।ନବୀନଙ୍କ ନିଜ ନିର୍ବାଚନ ମଣ୍ଡଳୀ ହେଲେ ବି ସେ ସମୟ ଦେଇପାରି ନାହାଁନ୍ତି।ଗଞ୍ଜାମ ପ୍ରତି ନିରନ୍ତର ଭାବେ ପାତର ଅନ୍ତର ନୀତି ଆପଣା ଯାଉଚି।
ନବୀନ ବାବୁଙ୍କ ନଜରକୁ ଆସିବା ଦରକାର ଗଞ୍ଜାମ- ଲତିକା ପ୍ରଧାନ।ଗୋଟିଏ ଦୁଇଟି ନେତାଙ୍କୁ ରିପିଟ୍ କରାଯାଉଛି, ଅନ୍ୟଙ୍କୁ ଦାୟିତ୍ଵ ଦିଆଯାଉନି। ଶଙ୍ଖ ଭବନରେ ବସୁଥିବା ନେତାଙ୍କୁ ଜଣାଇଛି, କେହି ଦୃଷ୍ଟି ଦେଉନାହାଁନ୍ତି। ଗଞ୍ଜାମ ଜିଲ୍ଲାର ୧୦ଟି କନଫର୍ମ ସିଟ୍କୁ ଜାଣି ଶୁଣି ହରାଇ ଦିଆଗଲା।ସେଥିପାଇଁ ନବୀନ ବାବୁ ଆଜି ମୁଖ୍ୟମନ୍ତ୍ରୀ ପଦବୀରୁ ବଞ୍ଚିତ ହୋଇଛନ୍ତି। ଦଳ ଯେଉଁମାନଙ୍କୁ ଦାୟିତ୍ଵ ଦେଇଥିଲା, ଗଞ୍ଜାମରେ ସେମାନେ ହରାଇଲେ। ନବୀନ ବାବୁ ସୁସ୍ଥ ହୋଇ ଫେରିବା ପରେ ଭେଟିବାକୁ ଯାଇଥିଲି, ସମୟ ଦେଲେନି।