ତ୍ରୁଟିଶୂନ୍ୟ ହେଲେ ହେବ ଧାଡ଼ି ଦର୍ଶନ: ଆଇନ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିର ଧାଡ଼ି ଦର୍ଶନକୁ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା। ଶ୍ରୀମନ୍ଦିର ଧାଡ଼ି ଦର୍ଶନ ବ୍ୟବସ୍ଥାରେ ତ୍ରୁଟି ସାମ୍ନାକୁ ଆସିଛି। ଧାଡ଼ି ଦର୍ଶନ କାର୍ଯ୍ୟକାରୀ ସ୍ଥିତିକୁ ଗଲା ବେଳେ ସାମାନ୍ୟ ତ୍ରୁଟି ଦେଖାଦେଲା। ତ୍ରୁଟିକୁ ଖୁବଶୀଘ୍ର ସମାଧାନ କରାଯାଇ ଧାଡ଼ି ଦର୍ଶନ ଲାଗୁ କରାଯିବ।ତ୍ରୁଟିକୁ ଟେକ୍ନୋଲୋଜି ଉପଯୋଗ କରି ସୁଧାରିବା ପାଇଁ ଚେଷ୍ଟା ଚାଲିଛି।ବ୍ୟବସ୍ଥା ସମ୍ପୂର୍ଣ୍ଣ ତ୍ରୁଟି ଶୂନ୍ୟ ହେଲେ ଧାଡ଼ି ଦର୍ଶନ ଚାଲୁ କରାଯିବ।ପ୍ରବେଶ ଓ ପ୍ରସ୍ଥାନ ପ୍ରକ୍ରିୟାକୁ ଆହୁରି ସୁଗମ ଓ ସୁରୁଖୁରୁ କରାଯିବ।ଭିନ୍ନକ୍ଷମ ଓ ବୟସ୍କମାନଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ।ଏହାସହ ପୁରୀ ବାସିନ୍ଦାଙ୍କ ଦର୍ଶନ ପାଇଁ ଦାବି ଥିଲା।ସେଥିପାଇଁ ମଧ୍ୟ ଯୋଜନା କରିବାକୁ ତର୍ଜମା ଚାଲିଛି।

ମନ୍ତ୍ରୀଙ୍କ କହିବା ଅନୁଯାୟୀ ଅଧାପନ୍ତରିଆ ଭାବେ କରି ପରେ ପୁଣି ଭୁଲ ତ୍ରୁଟି ବାହାରିଲେ ପୁଣି ସଜଡ଼ା ଯିବ । ସେମିତି କୌଣସି ସ୍ଥାନରେ କାମ କରାଯାଏ ନାହିଁ । ବ୍ୟବସ୍ଥା ସମ୍ପୂର୍ଣ୍ଣ ତ୍ରୁଟି ଶୂନ୍ୟ ହେଲେ ଯାଏଁ ଧାଡ଼ି ଦର୍ଶନ ଚାଲୁ କରାଯିବ । ଲୋକଙ୍କର ମନ୍ଦିର ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ପ୍ରକ୍ରିୟାକୁ ଆହୁରି ସୁଗମ ଓ ସୁରୁଖୁରୁ କରାଯିବାର ଯୋଜନା ଚାଲିଛି । ଭିନ୍ନକ୍ଷମ ଓ ବୟସ୍କ ମାନଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ । ଏହାସହ ପୁରୀ ବାସିନ୍ଦାଙ୍କ ଦର୍ଶନ ପାଇଁ ଦାବି ଥିଲା । ସେଥିପାଇଁ ମଧ୍ୟ ଯୋଜନା କରିବାକୁ ତର୍ଜମା ଚାଲିଛି ।

Leave A Reply

Your email address will not be published.