ଲୋକସେବା ଭବନରେ ରିଲ୍ସ, ଆସିବ ଗାଇଡ୍‌ଲାଇନ୍‌

0

ଓଡ଼ିଆ ନ୍ୟୁଜ୍: ଲୋକସେବା ଭବନରେ ରିଲ୍ସ; ଗାଇଡ୍‌ଲାଇନ ଆଣିବ ଗୃହ ବିଭାଗ।ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ଲୋକସେବା ଭବନରେ ରିଲ୍ସର କୌଣସି ଅବକାଶ ନାହିଁ କହିଲେ।ଆଗକୁ ଗୃହ ବିଭାଗ ଲୋକସେବା ଭବନ ସୁରକ୍ଷା କର୍ମୀଙ୍କୁ ତାଗିଦ୍‌ କରିବ। ରିଲ୍ସ ହେଉଥିଲେ ଲୋକସେବା ଭବନ ସୁରକ୍ଷାକର୍ମୀ ଓ ପୋଲିସ ପଦକ୍ଷେପ ନେବେ।ଲୋକସେବା ଭବନରେ ରିଲ୍ସ ମୋ ନଜରକୁ ଆସିନାହିଁ କହିଲେ ମନ୍ତ୍ରୀ।

ଲୋକସେବା ଭବନରେ ରିଲ୍ସ କରିବା ଉପରେ ଗାଇଡ୍‌ଲାଇନ୍ ଆଣିବ ଗୃହ ବିଭାଗ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ । ଲୋକସେବା ଭବନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ ହୁଅନ୍ତୁ, ସେଠାରେ ରିଲ୍ସର କୌଣସି ଅବକାଶ ନାହିଁ । ଏହା ଠିକ୍ କଥା ନୁହେଁ । ଆଗକୁ ଗୃହ ବିଭାଗ ଲୋକସେବା ଭବନ ସୁରକ୍ଷା କର୍ମୀଙ୍କୁ ତାଗିଦ୍ କରିବ । ଯଦି ରିଲ୍ସ ହେଉଛି ଲୋକସେବା ଭବନ ସୁରକ୍ଷା କର୍ମୀ ଓ ପୋଲିସ ବିଭାଗ ପଦକ୍ଷେପ ନେବେ । ଗୃହ ବିଭାଗ ଗାଇଡ୍ ଲାଇନ୍ ଆଣିବା ନେଇ ବିଚାର କରିବ । ଆଶା ଏଭଳି କଥା ନହେଉ ଆମ ସମସ୍ତଙ୍କ ଇଚ୍ଛା । କାରଣ ଲୋକସେବା ଭବନରେ ରିଲ୍ସ ମୋ ନଜରକୁ ଆସିନାହିଁ କିନ୍ତୁ ଆଶା କରିବି ଆଗକୁ ଏଭଳି ନହେଉ, ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ।

Leave A Reply

Your email address will not be published.