ନିଳାଦ୍ରି ବିଜେରେ ଅଭିମାନୀ ମହାଲକ୍ଷ୍ମୀଙ୍କର କେମିତି ମାନଭଞ୍ଜନ କରନ୍ତି କଳା ଠାକୁର ଜାଣନ୍ତୁ..

0

ପୁରୀ(ଓଡ଼ିଆ ନ୍ରୁଜ୍‌): ଆମ ମହାପ୍ରଭୁଙ୍କ ନୀତି ନୀତି ଅନନ୍ୟ । ସାଧାରଣ ମଣିଷଙ୍କ ପରି ମାନବୀୟ ଲିଳାଖେଳା କରନ୍ତି ଭାଇ-ଭଉଣୀଙ୍କ ସହ କଳାଠାକୁର । ତେବେ ସେହି ଚତୁର୍ଦ୍ଧାମୂରତି ରଥରୁ ଓହ୍ଲାଇ ଶ୍ରୀମନ୍ଦିର ଓ ରତ୍ନ ସିଂହାସନ ବେଦୀକୁ ଯିବା ପରମ୍ପରାକୁ ନିଳାଦ୍ରି ବିଜେ କୁହାଯାଏ। ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନାଧିଷ୍ଠିତ ହୋଇଥାନ୍ତି । ଏକାଦଶୀ ଦିନ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ତ୍ରୋୟଦଶୀ ତିଥିରେ ନୀଳାଦ୍ରି ବିଜେ କରନ୍ତି ମହାପ୍ରଭୁ । ଏହି ଦିନ ରଥ ଉପରେ ଠାକୁରମାଙ୍କର ସନ୍ଧ୍ୟା ଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧା ଯାଇଥାଏ । ପ୍ରଥମେ ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରି ଲାଗି ନୀତି ହୋଇଥାଏ । ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣି ଘରକୁ ବିଜେ କରାଇଥାନ୍ତି । ତାରେ ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରାଯାଏ।

ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାର ଉପରକୁ ଆସିଲେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିଥାନ୍ତି । ବାଟ ଚାହିଁ ଦୁଆର ମୁହଁରେ ଜଗିଥିବା ଅଭିମାନୀ ମା ଠାକୁରଣୀଙ୍କୁ ରସଗୋଲା ଓ ।ଟ୍ଟବସ୍ତ୍ର ଦେଇ ମାନଭଞ୍ଜନ କରନ୍ତି ମହ୍ରାଭୁ । ଏହାପରେ ପ୍ରୀତ ହୋଇ ଠାକୁରଣୀ ଭିତରଚ୍ଛ ବନ୍ଦାପନା ନୀତି ବଢ଼ାଇଥାନ୍ତି । ମହାପ୍ରଭୁ ପହଣ୍ଡି ବିଜେ କରି ଭିତର କାଠ ସମ୍ମୁଖସ୍ଥ ଭଣ୍ଡାର ଘରଠାରେ ପହଞ୍ଚିବା ପରେ ଋକ୍ମିଣୀ ବିବାହ କାଳର ଗଇଁଠାଳ ଫିଟେ । ଏହା ପରେ ମହାପ୍ରଭୁ ବିଜେ କରିଥାନ୍ତି ରତ୍ନସିଂହାସନ। କେବଳ ଏହି ଗୋଟିଏ ଦିନ ଶ୍ରୀମନ୍ଦିରରେ ରସଗୋଲା ଭୋଗ ହୋଇଥାଏ । ଇଏ ଥିଲା ନୀଳାଦ୍ରି ବିଜେର ନୀତି ।

Leave A Reply

Your email address will not be published.