ବିଜେପି କାର୍ଯାଳୟରେ ଭାରତୀୟ ଜନତା ପାର୍ଟି ତରଫରୁ ଲୋକସଭା କାର୍ଯ୍ୟଳୟ ଉଦଘାଟିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କୋରାପୁଟ ନଗର ରେ ଥିବା ବିଜେପି କାର୍ଯାଳୟରେ ଭାରତୀୟ ଜନତା ପାର୍ଟି ତରଫରୁ ଲୋକ ସଭା କାର୍ଯ୍ୟଳୟ ଉଦଘାଟିତ ହେଲା | ଜୟପୁର, କୋରାପୁଟ ଏବଂ ରାୟଗଡା ରୁ ବହୁତ ବିଜେପି ନେତା ଯୋଗଦାନ କରି ଗୌତମ ନଗର ବିଜେପି କାର୍ଯ୍ୟାଳୟ ରେ ଉପସ୍ଥିତ ଥିଲେ ଶତାଧିକ କର୍ମୀଙ୍କ ସହ । ଆଘୋକୁ ସାଧାରଣ ନିର୍ବାଚନ ଅଛି।

ଭାରତୀୟ ଜନତା ପାର୍ଟି କୋରାପୁଟ ଲୋକ ସଭା କାର୍ଯାଳୟ ବହୁତ ଯାକଜମକ ଓ ଉତ୍ସହ ଉଦ୍ଧିପନା ସହିତ ଶୁଭରଂଭ କରିଥିଲେ ବିଜେପି ପକ୍ଷରୁ | ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ,ସଂଶଦ ସଂଯୋଜକ ତ୍ରିନାଥ ପଣ୍ଡା, ସଂଯୋଜକ ରାଜେନ୍ଦ୍ର ସାହୁ, ରାଜ୍ୟ ସଂପାଦିକା ପୂର୍ଣ୍ଣିମା ନାୟକ କାଳୀରାମ ମଝି ଆଦି ସହିତ ରାୟଗଡା ବିଜେପି ସଭାପତି ଯୋଗ ଦେଇ ଥିଲେ | ବିଜେପିର ଜିଲ୍ଲାରେ ଯେଉଁଭଳି ସ୍ଥିତିଅଛି ବିଜେପି ନିଶ୍ଚିତ ରୂପରେ ବଡ଼ ସଫଳତା ମିଳିବ ଆଗମୀ ନିର୍ବାଚନ ଫଳ, ଏବେ ବିଜେପି କର୍ମୀମାନଂକୁ ଗାଁ ଚାଲ ଅଭିଯାନ କୁ ସଫଳ କରିବାକୁ ହେବ ବୋଲି ଗୁରୁ ମନ୍ତ୍ର ଦେଇଛନ୍ତି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ | ସେହି ପରି ତ୍ରିନାଥ ପଣ୍ଡା ଜୋର ଦେଇ କହିଥିଲେ ଯେ ବିଜେପି ଅଗମୀ ନିର୍ବାଚନରେ ଲୋକ ସଭା ଏବଂ ବିଧାନସଭାରେ ସଫଳତା ହାସଲ କରି ସମସ୍ତ ସ୍ଥାନରେ ଵଜୟୀ ହେବ |

ପ୍ରଧାନ ମନ୍ତ୍ରୀ ଙ୍କ ସ୍ବପ୍ନ ମହିଳା ଶଶକ୍ତି ର ସ୍ବାବଲମ୍ବୀ ସଫଳତା ଯୋଜନା କାର୍ଯ୍ୟକାରୀ ହେଇଥିବା ର ବିଜେପି ରାଜ୍ୟ ସଂପାଦିକା ପର୍ଣିମା ନାୟକ ବକ୍ତବ୍ୟ ରଖିଥିଲେ | ରାଜ୍ୟ କାର୍ଯୟକାରିଣୀ ସଦସ୍ୟ ଗୌତମ ସାମନ୍ତରାୟ ଙ୍କ ବିଜେପି ନାରା ରେ ଶତାଧିକ କର୍ମୀ ସ୍ୱର ସଂଯୋଜନା କରିଥିଲେ।ଏବଂ କୋରାପୁଟ ନଗରରେ ବିଜେପି ଲୋକସଭା କାର୍ଯ୍ୟାଳୟ ନିର୍ବାଚନ ପାଇଁ ଉଦଘାଟନ ହୋଇଥିବାରୁ ବିଜେପି କର୍ମୀ ମାନଙ୍କ ମଧ୍ୟରେ ଉତ୍ସହ ଦେଖା ଦେଇଛି |

Leave A Reply

Your email address will not be published.