ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାଇ ଭଉଣୀ ବାରିପଦାରୁ ରାଉରକେଲା ଚାନ୍ଦିନୀ ବସରେ ଯାଉଥିଲେ ବାଙ୍ଗିରିପୋଷିରେ ଭଉଣୀର ଚାଲିଗଲା ହଠାତ୍ ଯିବନ। ସତରେ ଭାଇଭଉଣୀର ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ। ସେଇଥିପାଇଁ ତ ଯୁଗେ ଯୁଗେ ରହିଆସିଛି ଭାଇ ଯେମିତି ହେଉନା କାହିଁକି ଭଉଣୀ ପାଇଁ ଭାଇ ହେଉଛି ସବୁଠାରୁ ହୀର ଆଉ ଭଉଣୀ ହେଉଛି ଭାଇର ଗେହ୍ଲି ଭଉଣୀ।
ସେଇଥିପାଇଁ ସୁଦୁର ରାଉରକେଲାରୁ ଭାଇ ସୁରେଶ ରାମ୍ ଗୁରୁବାର ସକାଳୁ ଆସିଥିଲା ବାଲେଶ୍ଵର ଆସିଥିଲା ଭଉଣୀ ନିର ବାଇ (୧୮ ବର୍ଷ)କୁ ଘରକୁ ନେବାକୁ। ଭାଇଭଉଣୀ ସାଙ୍ଗରେ ଗଲା ବେଳେ ଭଉଣୀ ଭାଇକୁ ଖୁସିରେ କହୁଥିଲା ଭାଇ ସବୁବ୍ୟାଗ ମୁଁ ଧରିବି ଭାଇ ତୁ କେବଳ ରାଜାଙ୍କ ଭଳିଆ ମୋ ସାଙ୍ଗରେ ଚାଲ୍ ତୁପରା ମୋ ଗେହ୍ଲା ଭାଇଟା। ଭାଇଭଉଣୀ ସାଙ୍ଗରେ ହୋଇ ବାଲେଶ୍ୱରରୁ ଚାନ୍ଦିନୀ ନାମକ ଏକ ଘରୋଇ ବସରେ ଚଢିଲେ।ଭାଇଭଉଣୀ ସାଙ୍ଗରେ ବାଲେଶ୍ଵରରୁ ରାଉରକେଲା ଓ ସେଠାରୁ ଛତିଶଗଡ଼ର ନାରାୟଣ ପୁର ଥାନା ଅନ୍ତର୍ଗତ ବହରାଖର ଗ୍ରାମକୁ ଯାଇଥାନ୍ତେ ଆଉ କିଛି ଘଣ୍ଟାର ଯାତ୍ରାପରେ ସେମାନେ ନିଜ ଘରେ ପହଞ୍ଚି ଥାନ୍ତେ।
ହେଲେ ଦୁଃଖର ବିଷୟ ବାଙ୍ଗିରିପୋଷି ପାଖାପାଖି ଭଉଣୀ ଜଣଂକର ପେଟ ବ୍ୟଥା ହେବାରୁ ସେ ଗୁରୁତ୍ତର ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ଯାଉଥିବା ଚାନ୍ଦିନୀବସ ର କର୍ମଚାରୀ ୧୦୮ ଆମ୍ବୁଲାନ୍ସ ଯୋଗେ ବାଙ୍ଗିରିପୋଷି ଡାକ୍ତରଖାନାକୁ ପଠାଇଥିଲେ। ହେଲେ ଦୁଃଖର ବିଷୟ ଡାକ୍ତର ସେଠାରେ ଭଉଣୀ ଜଣଂକୁ ମୃତ ବୋଲି କହିଥିଲେ। ଫଳରେ ଭାଇ ଜଣଙ୍କର କାନ୍ଦ ବୋବାଳିରେ ଡାକ୍ତରଖାନା ପରିସର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କେଉଁ ପରିସ୍ଥିତିରେ ବାଳିକା ଜଣଂକର ମୃତ୍ୟୁ ହେଲା ଜଣାପଡିନଥିବା ବେଳେ ଖବର ପାଇ ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ସୁକ୍ରବାର ସକାଳୁ ବ୍ୟବଛେଦ ପାଇଁ ବାରିପଦା ଡ଼ାକ୍ତରଖାନାକୁ ପଠାଇଥିବା ଜଣାପଡିଛି।