ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ ନୀତି । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି। ଘୋଷଯାତ୍ରାରେ ରଥାରୂଢ ହୋଇ ଆଡପ ମଣ୍ଡପ ବିଜେ ପରିଛନ୍ତି ମହାପ୍ରଭୁ । ହେଲେ ସାଙ୍ଗରେ ମା ଲକ୍ଷ୍ମୀଙ୍କୁ ଆଣିନଥିବାରୁ ଶ୍ରୀମନ୍ଦିରରେ ରୁଷିଛନ୍ତି ମା ଲକ୍ଷ୍ମୀ ।
ଗୁଣ୍ଡିଚାରୁ ଫେରି ସିଂହଦ୍ବାରରେ ରୋସଗୋଲା ଖୁଆାଇ ମା’ଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ ଜଗନ୍ନାଥ । କାଳିଆ ଠାକୁରଙ୍କୁ ଫେରାଇ ନେବାକୁ ଅଭିମାନିନୀ ମାଆ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ବିଜେ କରିବେ । ହେଲେ ୯ ଦିନର ଯାତ୍ରା ନ ସରିବା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀମନ୍ଦିର ଫେରିବେ ନାହିଁ ବୋଲି କହିଥାନ୍ତି। ଏଥିରେ ରାଗିଯାଇ ଫେରିଲା ବେଳେ ମହାପ୍ରଭୁଙ୍କ ରଥ ଭାଙ୍ଗି ଦେଇଯାନ୍ତି ଅଭିମାନିନୀ ଲକ୍ଷ୍ମୀ ଠାକୁରାଣୀ।
ଏହି ପରମ୍ପରାକୁ ହେରାପଞ୍ଚମୀ ନୀତି କୁହାଯାଏ । ଏହା ପରେ ୯ ଦିନ ରହଣି ପରେ ବାହୁଡା ଯାତ୍ରା କରି ଶ୍ରୀମନ୍ଦି ଫେରିବେ ତିନି ଠାକୁର । ହେଲେ ଅଭିମାନିନୀ ମା ଲକ୍ଷ୍ମୀ ଠାକୁରାଣୀ ସିଂହଦ୍ବାର ଖୋଲିବେ ନାହିଁ । ଏହା ପରେ ମହାପ୍ରଭୁ ତାଙ୍କୁ ରୋସଗୋଲା ଖୁଆଇ ମା ଲକ୍ଷ୍ମୀଙ୍କର ମାନଭଞ୍ଜନ କରିବେ । ଏହା ପରେ ଦ୍ବାର ଫିଟାଇ ଠାକୁରମାନଙ୍କ ସହିତ ମା ଲକ୍ଷ୍ମୀ ଶ୍ରୀମନ୍ଦିର ଭିତକୁ ପ୍ରବେଶ କରିବେ ।