ସ୍କୁଲ ଛାତ୍ରୀ ମଧୁସ୍ମିତା ହତ୍ୟାକାଣ୍ଡର ଟେର ପାଊନାହିଁ ପୋଲିସ।

0

ଧାମନଗର ଥାନା ଅନ୍ତର୍ଗତ ମଜୁରୀଗଢିଆ ଗ୍ରାମର ମାନସ ଜେନାଙ୍କ ୧୫ ବର୍ଷର ଝିଅ ମଧୁସ୍ମିତା ଜେନା ଦଶମ ଶ୍ରେଣୀର ଛାତ୍ରୀ ସଵୁ ଦିନପରି ସେଦିନ ମଧ୍ୟ ରାତିରେ ତାର ମାଆ ପାଖରେ ଶୋଇଥିଲା।କିନ୍ତୁ ଭାଗ୍ୟର ଵିଡମ୍ବନା ଥିଲା କିଛି ଅଲଗା।ସକାଳୁ ତାର ମାଆ ଉଠି ଦେଖେତ ଝିଅ ତାପାଖରେ ଶୋଇନାହିଁ,ତେଣୁ ସେ ବ୍ୟତିବ୍ୟସ୍ତ ହୋଇ ତାର ସ୍ବାମୀ ଓ ଅନ୍ୟମାନଙ୍କୁ ଡାକି ଖୋଜାଖୋଜି କରିବାପରେ ଘରଠାରୁ କିଛି ଦୁରରେ ଥିବା ପୋଖରୀରେ ଝିଅ ଜୋତା ଭାସୁ ଥିବାର ଦେଖି ସନ୍ଦେହ ହେବାରୁ ପରିବାର ଲୋକେ ଭଣ୍ଡାରିପୋଖରୀ ଦମକଳ ଵାହିନିକୁ ଖବର ଦେଇଥିଲେ।ଦମକଳ ଵାହିନି କିଛି ସମୟ ଖୋଜାଖୋଜି କରିବା ପରେ ଝିଅର ମୃତ ଦେହକୁ ୧୨ଫୁଟ ଗଭୀରତାରୁ ଊଦ୍ଧାର କରିଥିଲେ। କିନ୍ତୁ ସଵୁଠାରୁ ଵଡ ଚିନ୍ତାର ବିଷୟଥିଲା,ଏତେ ଗଭୀର ପାଣିରୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଝିଅଟିର କୌଣଷି ପାଣିରେ ବୁଡି ମରିବାର ଲକ୍ଷଣ ଦେଖାଯାଉନଥିଲା।ବରଂ ଝିଅଟିକୁ ମାଡମାରି ମାରି ଦେଇଥିବାର ଲକ୍ଷଣ ସ୍ପଷ୍ଟ ବାରି ହେଉଥିଲା।ଯାହା ଫଳରେକି ଦେହର ନାକ,ପାଟି,କାନର ପଛପଟ ଉପର ଅ୍ଂସରେ କ୍ଷତ ଚିହ୍ନ ସହ ଶୁଖିଲା ରକ୍ତର ଚିହ୍ନ ଲାଗି ରହିଥିଲା।ଝିଅର ବାପର ଅଭିଯୋଗ ପାଇବା ପରେ ପୋଲିସ ଅପରାଧିକ ମାମଲା ୩୨୬/୨୧କେସ ରଜୁ କରି ତଦନ୍ତ କରିଵା ସହିତ ସାଇନଟିଫିକି ଟିମ ଆଣି ତଦନ୍ତ କରିଥିଲେ ମଧ୍ୟ ଏହା ମଧ୍ୟରେ ତିନିଦିନ ଵିତିଯାଇଥିଲେ ମଧ୍ୟ ପୋଲିସ ହାତରେ କୌଣଷି ସୁରାଗ ନଲାଗିବା,ପୋଷ୍ଟମଟମ ରିପୋଟକୁ ଅପେକ୍ଷା କରିବସିଵା ପୋଲିସର କାର୍ଯ୍ୟଦକ୍ଷତା ଉପରେ ଗ୍ରାମବାସୀ ଙ୍କର ସନ୍ଧେହ ସୃଷ୍ଟି ହେଉଛି।

Leave A Reply

Your email address will not be published.