ଓଡ଼ିଆ ନ୍ୟୁଜ୍: ବିଜେଡି ବିରୋଧରେ ଷଡ଼ଯନ୍ତ୍ର ହେଉଥିବା ଅଭିଯୋଗ କଲେ ମନ୍ମଥ ରାଉତରାୟ।ବିଜେଡି ବିରୋଧରେ ଷଡ଼ଯନ୍ତ୍ର ହେଉଛି, ଶ୍ରୀମୟୀଙ୍କୁ ମୋହରା କରାଯାଇଛି। ଶ୍ରୀମୟୀଙ୍କ ପଛରେ କିଛି ଦୋମୁହାଁ ସାପ ଅଛନ୍ତି- ମନ୍ମଥ ରାଉତରାୟ।କିଛି ଗଣମାଧ୍ୟମକୁ ଧରି ବିଜେଡି ଭାଙ୍ଗିବାକୁ ଚକ୍ରବ୍ୟୁହ ରଚାଯାଇଛି।ନବୀନ ମେଡିକାଲରେ ଥିବାବେଳେ ସ୍ପାଏ କ୍ୟାମେରା ନେଇ କିଛି ଲୋକ ପଶିଥିଲେ।
ନବୀନଙ୍କ ସ୍ବାସ୍ଥ୍ୟ କେମିତି ଭଲ ନ ହେଉ କିଛି ଲୋକ ଚାହୁଁଥିଲେ।ଦୋମୁହାଁଙ୍କୁ ଚିହ୍ନଟ ପାଇଁ ୩ ଥର ବୈଠକ ବସିଛି, ଠିକ୍ ସମୟରେ ଆକ୍ସନ ହେବ।ଦେବାଶିଷ ଜଣେ ବୁଦ୍ଧିଜୀବୀ, ଯଦି କ୍ଷୋଭ ଅଛି ସଭାପତିଙ୍କ ସହ ଆଲୋଚନା କରନ୍ତୁ।କର୍ପୋରେଟର ଅଜିତଙ୍କ ମନ୍ତବ୍ୟ ଅପରିପକ୍ବ ବୋଲି କହିଲେ ମନ୍ମଥ ରାଉତରାୟ।