ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜେପିର ନୂଆ ରାଜ୍ୟ ସଭାପତି ହେଲେ ମନମୋହନ ସାମଲ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ଓଡିଶା ବିଜେପିର ସଭାପତି ଭାବେ ଘୋଷଣା କରିଛନ୍ତି। ନୂଆ ସଭାପତିଙ୍କୁ ପାଇଁ ବିଜେପି କର୍ମୀଙ୍କ ମହଲରେ ଉତ୍ସହା ଦେଖିବାକୁ ମିଳିଛି। ନୂତନ ଭାବେ ଚୟନ ହୋଇଥିବା ରାଜ୍ୟ ବିଜେପି ସଭାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଦାୟୀ ସଭାପତି ସମୀର ମହାନ୍ତି । ଏହାସହ ଓଡିଶା ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଲେ ସମୀର ।
ଆଗାମୀ ଦିନରେ ତୃଣମୂଳ ସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ବୋଲି ଆଶା ଅଛି । ୨୦୨୦ ଜାନୁଆରୀ ୧୭ ରୁ ମାର୍ଚ୍ଚ ୨୩ ୨୦୨୩ ପର୍ଯ୍ୟନ୍ତ ବିଜେପିର ରାଜ୍ୟ ସଭାପତି ଥିଲେ ସମୀର ମହାନ୍ତି । ବିଜେପି ବିଶ୍ଵର ଏକ ନମ୍ବର ଦଳ। ସଦସ୍ୟ ସଂଖ୍ୟା ୧୮ କୋଟିରୁ ଅଧିକ। ଆଭ୍ୟନ୍ତରୀଣ ଗଣତନ୍ତ୍ର ଆଉ ସମ୍ବିଧାନ ଅଛି।
ଓଡ଼ିଶା ପ୍ରଦେଶର ୨୦୨୦ ଜାନୁଆରୀ ୧୭ରୁ ଆଜି ପର୍ଯ୍ୟନ୍ତ ଏ ଅବଧି ପୂରଣ କରିଛି। ଏବେ ମନମୋହନ ସାମଲଙ୍କୁ ଦାୟୀତ୍ୱ ଦେଇଛନ୍ତି। ତାଙ୍କ ସଭାପତି ବେଳେ ବିଜେପି ବହୁତ ଭଲ କରିଛି।। ୨୦୧୯ରେ ବିରୋଧୀ ଦଳ ଦାୟୀତ୍ୱ ପ୍ରଦାନ କରିଛନ୍ତି ଓଡ଼ିଶାବାସୀ। ଆଗାମୀ ଦିନରେ ମନମୋହନଙ୍କ ନେତୃତ୍ବରେ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରି ଓଡ଼ିଶାରେ ବିକଳ୍ପର ସ୍ଥାନ ନେବ ।