ମୋ ଭାଇ କେବେ ଡରିଛନ୍ତି ନା ଡରିବେ: ପ୍ରିୟଙ୍କା ଗାନ୍ଧୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହଙ୍ଗା ପଡ଼ିଲା ମୋଦୀଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେବା । ରାହୁଲ ଗାନ୍ଧୀ ମୋଦୀଙ୍କ ବିରୁଦ୍ଧରେ ଦେଇଥିବା ବୟାନ ବିରୋଧରେ ହୋଇଥିବା ମାନହାନି ମୋକଦ୍ଦମାରେ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ତେବେ ଜେଲ ଦଣ୍ଡାଦେଶର କିଛି ସମୟ ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ଜାମିନ ମିଳିଛି । ଆଉ ଏସବୁ ଭିତରେ ରାହୁଲଙ୍କ ଭଉଣୀ ପ୍ରିୟଙ୍କା କହିଛନ୍ତି, ସାମ, ଦାମ, ଦଣ୍ଡ, ଭେଦ ଲଗାଇ ରାହୁଲଙ୍କ ସ୍ୱରକୁ ଚାପିବାକୁ ଡରିଯାଇଥିବା କ୍ଷମତାକେନ୍ଦ୍ର ଚେଷ୍ଟା କରୁଛନ୍ତି । କିନ୍ତୁ ମୋ ଭାଇ ନା କେବେ ଡରିଛନ୍ତି ନା କେବେ ଡରିବେ । ସତ କହିକି ବଞ୍ଚିଛନ୍ତି, ଆଗକୁ ମଧ୍ୟ ସତ କହିବେ । ଦେଶବାସୀଙ୍କ ପାଇଁ ସ୍ୱର ଉଠାଇବେ । ଦେଶବାସୀଙ୍କ ଭଲପାଇବା ଏବେ ବି ରାହୁଲଙ୍କ ସାଥୀରେ ଅଛି ।

ସେହିଭଳି ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଟ୍ୱିଟ କରିବା ସହ କହିଛନ୍ତି, ମୋର ଧର୍ମ ସତ୍ୟ ଓ ଅହିଂସା ଉପରେ ଆଧାରିତ । ସତ୍ୟ ମୋର ଭଗବାନ ଓ ଅହିଂସା ଏହାକୁ ପାଇବାର ସାଧନ । କଂଗ୍ରେସର ସଭାପତି ମଲ୍ଲିକାର୍ଜୁନେ ଖଡଗେ କହିଛନ୍ତି, ଆମକୁ ଏହା ଜଣାଇଥିଲା ।

Leave A Reply

Your email address will not be published.