ମଣିପୁର ହିଂସା: ବିଜେପିର ହାତ ଛାଡ଼ିଦେଲା କୁକୀ ପିପୁଲ୍ସ ଆଲାଏନ୍ସ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଣିପୁର ହିଂସାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଏହାରି ଭିତରେ ମଣିପୁରରେ ବିଜେପି ସରକାରକୁ ଲାଗିଛି ଏକ ବଡ଼ ଝଟକା । ଏନଡିଏର ସହଯୋଗୀ କୁକୀ ପିପୁଲ୍ସ ଆଲାଏନ୍ସ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛି । ରବିବାର ସଂନ୍ଧ୍ୟାରେ ପାର୍ଟି ଏନେଇ ଘୋଷଣା କରିଛି । ରାଜ୍ୟରେ ଜାରି ରହିଥିବା ହିଂସା ଓ ୩ମାସ ପରେ ବି ହିଂସା ରୋକିବାରେ ସରକାର ବିଫଳ ହେବାକୁ କୁକୀ ପିପୁଲ୍ସ ଆଲାଏନ୍ସ ପାର୍ଟି ଏଭଳି ନିଷ୍ପତ୍ତି ନେଇଛି । ମଣିପୁର ସରକାରରେ କୁକୀ ପିପୁଲ୍ସ ଅଲାଏନ୍ସ ପାର୍ଟିର ୨ଜଣ ବିଧାୟକ ରହିଛନ୍ତି ।

ସୂଚନା ଥାଉକି ମେ ୪ ତାରିଖରୁ ମଣିପୁରରେ ଦୁଇ ସଂପ୍ରଦାୟ ମଧ୍ୟରେ ହିଂସା ଜାରି ରହିଛି । ମୈତେଇ ସଂପ୍ରଦାୟକୁ ଜନଜାତି ଭାବେ ଘୋଷଣା କରିବା ପରେ କୁକୀ ସଂପ୍ରଦାୟ ଏହାକୁ ବିରୋଧ କରିଛି । ସେପଟେ ମଣିପୁରରେ ମହିଳାଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାରର ଭିଡିଓ ଭାଇରାଲ ହେବା ପରେ ସାରା ବିଶ୍ୱରେ ମଣିପୁର ହିଂସାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

 

Leave A Reply

Your email address will not be published.