ଏନକାଉଣ୍ଟରରେ ଟଳିଲେ 15 ମାଓବାଦୀ

0

ଓଡ଼ିଆ ନ୍ୟୁଜ୍: ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର । ଆଉ ୩ ମାଓବାଦୀ ନିହତ । କାଲି ୧୨ ମାଓବାଦୀ ନିହତ ହୋଇଥିଲେ । ମୃତୁ୍ୟସଂଖ୍ୟା ୧୫କୁ ବୃଦ୍ଧି । ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ । ଗତକାଲି ୧୨ ମାଓବାଦୀ ନିପାତ ହୋଇଥିଲେ । କିନ୍ତୁ ଏନ୍‌କାଉଣ୍ଟରରେ ଡିଆର୍‌ଜି (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ)ର ୩ ଯବାନ ସହିଦ ହୋଇଛନ୍ତି । ସେମାନେ ହେଲେ ହେଡ୍ କନଷ୍ଟେବଳ ମୋନୁ ଭଦାଡ଼ି, ରମେଶ ସୋଧି ଏବଂ କନଷ୍ଟେବଳ ଦୁକାରୁ ଗୋଣ୍ଡେ । ଆଉ ୨ ଜଣ ଆହତ ହୋଇଛନ୍ତି । ବସ୍ତର ରେଞ୍ଜ୍ ପୁଲିସ ଆଇଜି ସୁନ୍ଦରରାଜ ପି. ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

ଗଙ୍ଗାଲୁର ଥାନା ଅଞ୍ଚଳ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସେ କହିଛନ୍ତି । ପୁଲିସ ଆଇଜିଙ୍କ ସୂଚନା ଅନୁସାରେ, ଡିଆର୍‌ଜି, ଏସ୍‌ଟିଏଫ୍, କୋବ୍ରା ଏବଂ ସିଆର୍‌ପିଏଫ୍‌ର ମିଳିତ ଟିମ୍ ବୁଧବାର ସକାଳ ପ୍ରାୟ ୯ଟାରେ ବିଜାପୁର-ଦନ୍ତେୱାଡ଼ା ସୀମାର ପଶ୍ଚିମ ବସ୍ତର ଡିଭିଜନ୍ ଗଙ୍ଗାଲୁର ଥାନା ଅନ୍ତର୍ଗତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଚଲାଇଥିଲେ । ସେହି ସମୟରେ ଜଙ୍ଗଲରେ ଲୁଚିଥିବା ମାଓବାଦୀମାନେ ଅଚାନକ ଗୁଳି ଚଲାଇବା ଆରମ୍ଭ କରିଦେଇଥିଲେ ।

Leave A Reply

Your email address will not be published.