ସୁରକ୍ଷାକର୍ମୀଙ୍କ ଗୁଳିରେ ଗଡ଼ିଲା ମାଓ ମୁଣ୍ଡ

0

ଓଡ଼ିଆ ନ୍ୟୁଜ୍: ପୁଣି ଟପ ମାଓବାଦୀ ନିହତ। ସୁରକ୍ଷାକର୍ମୀଙ୍କ ଗୁଳି ମାଓ କମାଣ୍ଡର ନିହତ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ଜଣେ ମାଓ କମାଣ୍ଡର ନିହତ ହୋଇଥିବା ଜଣାପଡିଛି । ଅଧିକ ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ଏବେବି ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି ।

ଖବର ଅନୁଯାୟୀ, ଛତିଶଗଡ଼ ବିଜାପୁର ପେଡ୍ଡାଗାଲୁର ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସ୍ଥାନୀୟ ପୋଲିସ, ଡିଆରଜି ଓ ସିଆରପିଏଫ୍ ବାହିନୀର କୋବ୍ରା ବାଟାଲିୟନ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଜଙ୍ଗଲକୁ କିଛି ବାଟ ଯିବା ପରେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ ମାଓବାଦୀ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାବାହିନୀ । ଶେଷରେ ପୋଲିସ ଗୁଳିରେ ଟପ୍ ନକ୍ସଲ କମାଣ୍ଡର ଉଧମ ସିଂହ ନିହତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.