ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଫଲକନାମା ଏକ୍ସପ୍ରେସରୁ ଜବତ ହୋଇଛି ୨୪ ଲକ୍ଷ ଟଙ୍କା। ତେଲେଙ୍ଗାନା ପୁଲିସ ଓ କଟକ ଆରପିଏଫର ମିଳିତ ସହଯୋଗରେ ବିହାରର ଦୁଇ ଯୁବକଙ୍କଠାରୁ ୨୪ ଲକ୍ଷ ଟଙ୍କା ଜବତ କରାଯାଇଛି।
ଦୁଇ ଅଭିଯୁକ୍ତ ହେଲେ ରାମନାରାୟଣ ଯାଦବ ଓ ଶେଖ୍ ସିରାଜ।କଟକରୁ ଯାଜପୁର ଯିବା ବେଳେ ଫଲକନୁମା ଟ୍ରେନରୁ ଏହି ଦୁଇଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ଏମାନଙ୍କ ନିକଟରୁ ନଗଦ ଟଙ୍କା ସହ କିଛି କାଗଜପତ୍ର ଜବତ କରିଛି ପୋଲିସ। ଏତେ ଟଙ୍କା କେଉଁଠୁ ଆଣିଲେ, କେଉଁ ଉଦ୍ଦେଶ୍ୟରେ ନେଉଥିଲେ ତାହା ସ୍ପଷ୍ଟ ଜଣାପଡିନଥିବା ବେଳେ ଟଙ୍କା ଦୁଇ ଗୁଣ କରିବା ନେଇ ଦୁଇ ଅଭିଯୁକ୍ତ ତେଲେଙ୍ଗାନାର ଜଣେ ବ୍ୟକ୍ତିଙ୍କୁ ଠକେଇ କରୁଥିବା କୁହାଯାଉଛି।
ଚଢ଼ାଉ ବେଳେ ଦୁଇ ଯୁବକଙ୍କ ଠାରୁ ୨୪ ଲକ୍ଷ ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲା ଆରପିଏଫ। ତେବେ ଏହି ଦୁଇ ଯୁବକ ଏତେ ଟଙ୍କା କେଉଁଠୁ ଆଣିଲେ, ଏହି ଟଙ୍କା ନେଇ ସେମାନେ କେଉଁଠୁ ଯାଉଥିଲେ ତାହା ଜଣାପଡ଼ିନାହିଁ। ପୁଲିସ ସେମାନଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।