ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ୍ ସମ୍ମେଟିଭ୍ ୨ ପରୀକ୍ଷା। କରୋନା ଯୋଗୁଁ ଗତବର୍ଷ ମାଟ୍ରିକ୍ ପରୀକ୍ଷା ହୋଇନଥିଲା। କୋଭିଡ୍ ର ପ୍ରକୋପ କମିବା ପରେ ପିଲାମାନଙ୍କୁ ଅଫଲାଇନ ରେ ଓ ଅନଲାଇନ୍ ରେ ପାଠପଢାଯାଇଥିଲା। ଚଳିତବର୍ଷ ୫ ଲକ୍ଷ ୮୫ ହଜାର ୭୩୦ ପରୀକ୍ଷାର୍ଥୀ ୩ ହଜାର ୫୪୦ ଟି କେନ୍ଦ୍ର ରେ ପରୀକ୍ଷା ଦେବେ।
ଭୂବନେଶ୍ୱର ରୁ ୧୨ ହଜାର ୧୫୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେଥିମଧ୍ୟରୁ କିସ୍ ର ରହିଛନ୍ତି ସର୍ବାଧିକ ଛାତ୍ରଛାତ୍ରୀ।
ଆଜି ପରୀକ୍ଷାର ପ୍ରଥମ ଦିନ ହୋଇଥିବାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକ ସକାଳ ୭ଟାରେ ଖୋଲିଛି। ନୂଆ ସୂଚୀ ଅନୁସାରେ ସବୁ ପରୀକ୍ଷା ପ୍ରଥମ ସିଟିଂରେ ଅର୍ଥାତ୍ ସକାଳ ୮ଟାରୁ ୧୦ଟା ମଧ୍ୟରେ କରାଯିବ। ପ୍ରଥମ ଦିନ ପରୀକ୍ଷା କେନ୍ଦ୍ର ସକାଳ ୭ଟାରେ ଖୋଲିଥିବା ବେଳେ ଓ ଦ୍ବିତୀୟ ଦିନଠୁ ସକାଳ ୭ଟା ୧୫ରୁ ପରୀକ୍ଷା କେନ୍ଦ୍ର ଖୋଲାଯିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି। ପିଲାଙ୍କୁ ପରୀକ୍ଷା ଆରମ୍ଭର ୧୫ ମିନିଟ୍ ପୂର୍ବରୁ ଅର୍ଥାତ୍ ସକାଳ ୭ଟା ୪୫ମିନିଟ୍ରେ ପ୍ରଶ୍ନପତ୍ର ଦିଆଯିବ। ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାର୍ଟ-୧(ଅବ୍ଜେକ୍ଟିଭ୍) ପରୀକ୍ଷା ସକାଳ ୮ଟାରୁ ୯ଟା ଓ ପାର୍ଟ-୨(ସବ୍ଜେକ୍ଟିଭ୍) ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ। ପ୍ରବଳ ଗ୍ରୀଷ୍ମପ୍ରଭାବ ପାଇଁ ଦ୍ବିତୀୟ ସିଟିଂରେ ହେବାକୁ ଥିବା ମଧ୍ୟମା ଓ ମୁକ୍ତବିଦ୍ୟାଳୟର ତିନିଟି ପରୀକ୍ଷା ସୂଚୀକୁ ବଦଳାଇ ପ୍ରଥମ ସିଟିଂକୁ ଅଣାଯାଇଛି।