୭୦% ସିଲାବସ୍ ରେ ଅଫ୍ ଲାଇନ୍ ମାଟ୍ରିକ୍ ପରୀକ୍ଷା

0

ଅସନ୍ତୁଷ୍ଟ ପିଲା ଦେଇପାରିବେ ଅଫଲାଇନ୍ ପରୀକ୍ଷା । ପରୀକ୍ଷା ପ୍ରଶ୍ନପତ୍ର କିଭଳି ହେବ ବୋର୍ଡ ନିଷ୍ପତ୍ତି ନେବ । ପରୀକ୍ଷାର ୧୫ ଦିନ ମଧ୍ୟରେ ରେଜଲ୍ଟ ବାହାରିବାକୁ ଉଦ୍ୟମ କରାଯିବ । ଏଥିପାଇଁ ଜୁଲାଇ ୫ରୁ ୧୪ ମଧ୍ୟରେ ଫର୍ମ ଫିଲଅପ୍ କରିବାକୁ ହେବ । ଏନେଇ ଆଜି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ମାଟ୍ରିକ୍ ରେଜଲ୍ଟ ବାହାରିବା ପରେ ମାର୍କକୁ ନେଇ ଅନେକ ସ୍ଥାନରେ ଅସନ୍ତୋଷ ଦେଖାଦେଇଥିଲା । ମୂଲ୍ୟାୟନକୁ ନେଇ ବିଭିନ୍ନ ସ୍ଥାନରେ ପିଲାମାନେ ଓ ଅଭିଭାବକ ଅସନ୍ତୁଷ୍ଟ ରହିଥିଲେ । ତେବେ ସମସ୍ତ ଦିଗକୁ ବିଚାର କରି ଅସନ୍ତୁଷ୍ଟ ପିଲାମାନେ ଅଫଲାଇନ୍ ପରୀକ୍ଷା ଦେଇପାରିବେ ବୋଲି ସରକାର ସ୍ପଷ୍ଟ କରିଥିଲେ । ପରୀକ୍ଷା ପରେ ପିଲା ରଖିଥିବା ମାର୍କ +୨ ଆଡମିସନ୍ ପାଇଁ ବିଚାରକୁ ନିଆଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.