ଆଜି ୪ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

0

ଆଜି ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ ରେଜଲ୍ଟ । ମାଟ୍ରିକ ରେଜଲ୍ଟ ପ୍ରକାଶ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତଥର ଅଫଲାଇନରେ ମୋଟ୍ ୧୫, ୧୩୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ଅନଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ ପିଲାମାନେ ହିଁ ଅଫଲାଇନ୍ ପରୀକ୍ଷା ଦେଇଥିଲେ ।

ତେବେ କୋଭିଡ ଯୋଗୁଁ ଏପ୍ରିଲ ୨୧ରେ ପରୀକ୍ଷା ବାତିଲ ପାଇଁ ଘୋଷଣା ହୋଇଥିଲା । ବୈକଳ୍ପିକ ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଇଚ୍ଛାଧୀନ ପରୀକ୍ଷା ଦେଇଥିଲେ । କୋଭିଡ ସ୍ଥିତି ସୁଧୁରିବା ପରେ ଇଚ୍ଛାଧୀନ ପରୀକ୍ଷା ହୋଇଥିଲା ।

Leave A Reply

Your email address will not be published.