ବିଜେଡ଼ି ପକ୍ଷରୁ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବସ୍ତା ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ବୃଦ୍ଧି, ଦଳରେ ସାମିଲ ହେଲେ ଅନ୍ୟ ଦଳର ନେତା ଓ କର୍ମୀ | ଉତ୍ତର ଓଡ଼ିଶାରେ ଜୁନ ୧ ତାରିଖରେ ନିର୍ବାଚନ ହେବ ବୋଲି ଘୋଷଣା ସରିଥିବା ବେଳେ ପ୍ରତ୍ୟେକ ରାଜନୈତିକ ଦଳ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିପଡିଛନ୍ତି। ଏହି କ୍ରମରେ ଗତ ବୁଧବାର ଦିନ ବସ୍ତା ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ଏକ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଲଙ୍ଗଲେଶ୍ବର ଠାରେ ଆୟୋଜିତ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବାଲିଆପାଳ ବ୍ଲକ୍ ପଞ୍ଚୁପାଲି ପଞ୍ଚାୟତ କଂଗ୍ରେସ ସଭାପତି ଧର୍ମପଦ ଗିରି ନିଜ ପଦରୁ ଇସ୍ତଫା ଦେଇ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଉଲ୍ଲେଯୋଗ୍ୟ ଯେ ଶ୍ରୀ ଗିରି ରତାଇ ସେବା ସମବାୟ ସମିତିର ସଭାପତି ମଧ୍ଯ ଅଟନ୍ତି । ଏଥି ସହ ବାଲିଆପାଳ ପଞ୍ଚାୟତର ୮ନଂ ୱାର୍ଡ଼ ସଦସ୍ୟ ନବ ବାରିକ, ବରିଷ୍ଠ ନେତା ଦିବାକର ଧଳ, ପ୍ରଶାନ୍ତ ବାରିକ ଏବଂ ବୋଳଂ ପଞ୍ଚାୟତର ୧୨ନଂ ଓ୍ବାର୍ଡ ସଦସ୍ଯା ସୁଭଦ୍ରା ସୋରେନଙ୍କ ସମେତ ୧୭ ପରିବାର ବିଜେଡିରେ ସାମିଲ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି, ବିକାଶଧାରା ଓ ଦୁର୍ନୀତିମୁକ୍ତ ଶାସନ ପ୍ରତି ଆକୃଷ୍ଟ ହୋଇ ସେମାନେ ବିଜେଡିରେ ସାମିଲ ହେଲେ ବୋଲି ସେମାନେ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ବାଲେଶ୍ଵର ର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଓ ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ବିଧିବଦ୍ଧ ଭାବେ ଦଳକୁ ସ୍ବାଗତ କରିବା ସହ ଏକ ହୋଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରାଇବା ଏବଂ ବିକଶିତ ନବୀନ ଓଡ଼ିଶା ଗଠନ ଦିଗରେ କାମ କରିବା ପାଇଁ ଆହ୍ବାନ କରିଥଲେ।

Leave A Reply

Your email address will not be published.