ଇଂଲଣ୍ଡର ବାଥ୍ ସହରରେ ପ୍ରବାସୀ ଓଡ଼ିଆ ପାଳିଲେ ରଙ୍ଗର ପର୍ବ ହୋଲି ଓ ଦୋଳ ପୂର୍ଣ୍ଣମୀ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରଙ୍ଗର ପର୍ବ ହୋଲି । କେବଳ ଭାରତରେ ନୁହେଁ ବିଶ୍ୱର କୋଣ ଅନୁକୋଣ ସବୁଠାରେ ଏହି ଉତ୍ସବ ପାଳନ କରାଯାଉଛି । ସେହିପରି ଇଂଲଣ୍ଡର ସିଟି ଅଫ୍ ବାଥ୍‌ରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଆନନ୍ଦ ଓ ଉଲ୍ଲାସ ସହ ଧୁମ୍‌ଧାମରେ ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବ ପାଳିତ ହୋଇଯାଇଛି । ପାଂଚ ଦିନ ବ୍ୟାପୀ ଚାଲିଥିବା ଏହି ଉତ୍ସବରେ ବିଭିନ୍ନ ଧର୍ମାବଲମ୍ବୀ ପ୍ରବାସୀ ଭାରତୀୟମାନେ ଯୋଗଦେଇଛନ୍ତି । ହିନ୍ଦୁ ତିଥି ଅନୁଯାୟୀ ହୋଲିକା ଦହନ ପର୍ବ ସହ ଅଗ୍ନି ଜଳା ଉତ୍ସବ ପାଳନ କରାଯାଇଥିଲା । ଏହି ଦିନ ମନ୍ଦିରରେ ସ୍ୱତନ୍ତ୍ର ପୂଜା କରାଯାଇ ସତ୍ୟନାରାୟଣ କଥାପାଠ କରାଯାଇଥିଲା । ମହାପ୍ରଭୁଙ୍କ ଆଳତୀ ଭଜନ କୀର୍ତନ ସହ ପ୍ରସାଦ ସେବନ ହୋଇଥିଲା । ଏହା ସହ
ହୋଲିକା ଦହନ ନୀତି ଅନୁଷ୍ଠିତ ହୋଇଥିଲା । ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଜଗନ୍ନାଥ ମନ୍ଦିରରେ ସମସ୍ତ ଭକ୍ତମାନେ ଏକତ୍ରିତ ହୋଇ ନଗର କୀର୍ତନ ସହ ସହର ପରିକ୍ରମା କରିଥିଲେ ।

ରାଧାକୃଷ୍ଣଙ୍କ ବିଗ୍ରହ ନେଇ ଦୋଳ ବିମାନରେ ନଗର ପରିକ୍ରମା କରିଥିଲେ । ମନ୍ଦିର ପରିସର ଭବ୍ୟ ଓ ଉତ୍ସବର ମାହୋଲ ଦେଖାଦେଇଛି । ଏହି ଉତ୍ସବରେ ଶତାଧିକ ଶ୍ରଦ୍ଧାଳୁ ଯୋଗେଦେବା ସହ ପ୍ରସାଦ ସେବନ କରିଥିଲେ । ଏହି ଉପଲକ୍ଷେ ଜଗନ୍ନାଥ ମନ୍ଦିର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ରଙ୍ଗ ବେରଙ୍ଗ ସହ ଭିନ୍ନ ଭିନ୍ନ ମିଠା
ଖାଇ ସଂଗୀତରେ ତାଳେ ତାଳେ ଝୁମିଛନ୍ତି ସମସ୍ତ ଭାଷାବାସୀ ପ୍ରବାସୀ ଭାରତୀୟ ମାନେ ।

ଏହି ପରି ହିନ୍ଦୁ ଉତ୍ସବ ଓ ପର୍ବପର୍ବାଣୀରେ ସ୍ଥାନୀୟ ପ୍ରବାସୀ ଭାରତୀୟମାନେ ଯୋଗଦେଇ ବେଶ ଉତ୍ସାହିତ ହୋଇଛନ୍ତି । ଏହି ଅବସରରେ ବାଥ୍ ସିଟିର ମେୟର ରୋବ୍ ଆପୋଲିୟା ଏବଂ ଲଣ୍ଡନ କାଉନସିଲ୍‌ର ସଦସ୍ୟମାନେ ଯୋଗଦେଇଥିଲେ । ଏହିପରି କାର୍ଯ୍ୟକ୍ରମକୁ ଶ୍ରୀଜଗନ୍ନାଥ ମନ୍ଦିର, ସିଟି ଅଫ୍ ବାଥ୍‌ର ଟ୍ରଷ୍ଟି ସେବକ ସୁସ୍ମିତା ରାଜହଂସ ପରିଚାଳନା କରିଥିଲେ । ରଙ୍ଗର ପର୍ବ ହୋଲି ସାରା ଇଂଲଣ୍ଡ ସହରରେ ପାଳିତ ହେବା ସହ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ଏହାର ଉଦେଶ୍ୟ ରହିଛି । ବାଥ୍‌ ଥିବା ଜଗନ୍ନାଥ ମନ୍ଦିରରେ ବାର ମାସରେ ତେର ଯାତ୍ରା ପାଳିତ ହେବାସହ ପ୍ରତିଦିନ ସମସ୍ତ ଶ୍ରଦ୍ଧାଳୁଙ୍କ
ନିଶୁଳ୍କ ଅନ୍ନଦାନ ସେବା କରାଯାଉଛି ।

Leave A Reply

Your email address will not be published.