ଛାତ୍ର ଛାତ୍ରୀ ମାନଙ୍କୁ ମନ୍ତ୍ରୀ ଅରୁଣ ସାହୁଙ୍କ ପରାମର୍ଶ

0

ମହାମାରୀ କରୋନା ଭାଇରସ୍ ସାରା ବିଶ୍ୱରେ ଆତଙ୍କ ଖେଳାଇବାରେ ଲାଗିଛି l ଭାରତରେ କରୋନା ଭାଇରସ୍ ର ମୁକାବିଲା ପାଇଁ କେନ୍ଦ୍ର ସରକାର ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି l ଲକ୍ ଡାଉନ୍ କାରଣରୁ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି l ଚଳିତ ବର୍ଷ କିପରି ପରୀକ୍ଷା ଦେବେ ସେଥିପାଇଁ ଚିନ୍ତାରେ ପରୀକ୍ଷାର୍ଥୀ l ଏଭଳି ସମୟରେ ବିଶ୍ୱ ବିଦ୍ୟାଳୟ ମାନଙ୍କରେ ବନ୍ଦ ଥିବା ପରୀକ୍ଷାକୁ ନେଇ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏକ ବଡ ଘୋଷଣା କରିଛନ୍ତି l ମନ୍ତ୍ରୀ ଅରୁଣ ସାହୁ ଘୋଷଣା କରିବାକୁ ଯାଇ ଛାତ୍ର ଛାତ୍ରୀ ମାନଙ୍କୁ କହିଛନ୍ତି ଯେ ଜୁନ୍ 17 ପରେ ପରୀକ୍ଷା ଅନୁଷ୍ଠିତ ହେବା କୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ ସେଥିପାଇଁ ଛାତ୍ର ଛାତ୍ରୀ ମାନେ ପ୍ରସ୍ତୁତ ରୁହନ୍ତୁ l ୟୁଜିସି ତରଫରୁ ଛାତ୍ର ଛାତ୍ରୀ ଙ୍କ ପରୀକ୍ଷା କରିବା ପାଇଁ ଗାଇଡଲାଇନ ଜାରି କରାଯାଇଛି l ୟୁଜିସି ର ଗାଇଡଲାଇନ ର ତର୍ଜମା କରାଯିବ l ଓଡ଼ିଶାରେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତ ରେ କରୋନା ଭୟାବହ କୁ ଲକ୍ଷ୍ୟ କରି କିପରି ପରୀକ୍ଷା କରାଯିବା ସେନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ l ତତ୍ ସହିତ ଏହି ଲକ୍ ଡାଉନ୍ ସମୟଟି ଛାତ୍ର ଛାତ୍ରୀ ମାନଙ୍କ ର ପାଠ ପଢିବା ପାଇଁ ଉତ୍କୃଷ୍ଟ ସମୟ l ଏହାର ସୁବିନିଯୋଗ କରିବାକୁ ମନ୍ତ୍ରୀ ଅରୁଣ ସାହୁ ପରାମର୍ଶ ଦେଇଛନ୍ତି l

Leave A Reply

Your email address will not be published.