ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ପ୍ରେମାନନ୍ଦ ନାୟକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ପ୍ରେମାନନ୍ଦ ନାୟକ । ଦଳରେ ଅଣଦେଖା ଅଭିଯୋଗ କରି ସେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଗତ ଅକ୍ଟୋବରରୁ ସେ ଦଳର ସଭାପତି ଓ ସାଙ୍ଗଠନିକ ସମ୍ପାଦକଙ୍କୁ ଇ-ମେଲ ଦ୍ୱାରା ଇସ୍ତଫା ପତ୍ର ଦେଇଥିଲେ । ଗତ ୧୨ ଅକ୍ଟୋବର ୨୦୨୩ରୁ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି ।

ତେବେ ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ପ୍ରେମାନନ୍ଦଙ୍କ ଇସ୍ତଫାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଆହୁର କେହି କେହି କହିଛନ୍ତି ଇସ୍ତଫା ଦେବା ପରେ ପ୍ରେମାନନ୍ଦ ଅନ୍ୟ କୌଣସି ଦଳରେ ସାମିଲ ହେବେ କି?ଯଦି ସାମିଲ ହେବେ ତେବେ କେଉଁ ଦଳରେ ବୋଲି ଯିବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ବିଜେଡିରୁ ଇସ୍ତଫା ଦେଇଥିଲେ ମଧ୍ୟ ନିଜର ଆଗାମୀ ରାଜନୈତିକ ଭବିଷ୍ୟତ ବାବଦରେ କୌଣସି ସୂଚନା ଦେଇନାହାନ୍ତି ପ୍ରେମାନନ୍ଦ ।

ଏହା ଛଡା ୨୦୧୯ରେ ସେ ଯାହା ସହିତ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ, ଅର୍ଥାତ ଚମ୍ପୁଆର ପୂର୍ବତନ ବିଧାୟକ ଧନୁର୍ଜୟ ସିଧୁଙ୍କୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିରୁ ଆଣି ବିଜେଡିରେ ମିଶା ଯାଇଥିଲା । ଯାହାଫଳରେ ନିର୍ବାଚନ ମଣ୍ଡଳୀରେ ଦଳର ଏକ ସମାନ୍ତରଳ ଗୋଷ୍ଠୀ ତିଆରି ହେଲା । ଏହାକୁ ନେଇ ଦଳର ବିଭିନ୍ନ ଫୋରମରେ କହିଥିଲେ ମଧ୍ୟ କେହି ଶୁଣିଲେ ନାହିଁ । ଏହା ଛଡା ଇସ୍ତଫା ଦେଲାପରେ ମଧ୍ୟ ତାଙ୍କ ସହ କୌଣସି ଆଲୋଚନା କରାଗଲା ନାହିଁ କିମ୍ବା ତାଙ୍କୁ ଗୁରୁତ୍ୱ ଦିଆଗଲା ନାହିଁ । ଫଳରେ ବାଧ୍ୟ ହୋଇ ସେ ଦଳ ଛାଡ଼ିଥିବା ଘୋଷଣା କରିଛନ୍ତି । ଗତ ଅକ୍ଟୋବର ମାସଠାରୁ ପ୍ରେମାନନ୍ଦ ନାୟକଙ୍କୁ ତେଲକୋଇ ନିର୍ବାଚନ ମଣ୍ଡଳୀରେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁ ନ ଥିଲା ।

୨୦୧୯ରେ ଦ୍ୱିତୀୟ ଥର ବିଜେଡିର ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ପ୍ରେମାନନ୍ଦ । ନବୀନଙ୍କ ପଞ୍ଚମ ପାଳିରେ ପ୍ରେମାନନ୍ଦ ନାୟକ ମନ୍ତ୍ରୀ ପଦ ପାଇଥିଲେ । ସେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଭାବେ ନବୀନ ସରକାରରେ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.